ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ: ଦେଡ଼ଶୁର ଗିରଫ

Brother-in-law accused of molestation

ବାଲିପାଟଣା: ବାଲିପାଟଣା ଥାନା ଅଧୀନ ବନମାଳୀପୁର ଫାଣ୍ତି ଅଞ୍ଚଳରେ ଜଣେ ୬୫ ବର୍ଷୀୟ ବୃଦ୍ଧ ତାଙ୍କ ଭାଇ ବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଭାଇବୋହୂ ଗତକାଲି ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ଏସ୍‌.ଆଇ ନୟନା ବେହେରା ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ସାନ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବିଧବା ସ୍ତ୍ରୀଙ୍କ ଉପରେ ଦେଡ଼ଶୁର ଖରାପ ଦୃଷ୍ଟି ପକାଉଥିଲେ। ସେ ବିଭିନ୍ନ ସମୟରେ ଭାଇବୋହୂଙ୍କୁ ଦୁଷ୍କର୍ମ କରୁଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ଦେଡ଼ଶୁର ଅଭିଯୋଗକୁ ଖଣ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର