ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି, ଦ୍ବିତୀୟ କ୍ୟାମ୍ପସ ନେଇ ବୈଠକ ଡାକ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ‘ପାଳି କରି ହେବ ପାଠପଢ଼ା’ ଶୀର୍ଷକ ଖବର ‘ସମ୍ବାଦ’‌ରେ ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗର ନିଦ ଭାଙ୍ଗିଛି। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ବୀରେନ୍ଦ୍ର କୋରକୋରା ଆଜି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ଦ୍ବିତୀୟ କ୍ୟାମ୍ପସ ସମସ୍ୟାର ସମାଧାନ ଲାଗି ଯେତେଶୀଘ୍ର ସମ୍ଭବ ବୈଠକ କରାଯାଉ। ଏଥିରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ ଖୋର୍ଧା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିବେ। ନିର୍ଦ୍ଧାରିତ ତାରିଖ ଓ ସମୟ ଧାର୍ଯ୍ୟ କରି ତୁରନ୍ତ ଜଣାଇବାକୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର