ସାଇକେଲ୍‌ରେ ୧୫୧ କିମି

ତୃତୀୟ ସ୍ବର୍ଣ୍ଣ ତ୍ରିଭୁଜ ସାଇକେଲିଂ ଚାମ୍ପିୟନ୍‌ସିପ୍‌

ଭୁବନେଶ୍ୱର : ଭୁବନେଶ୍ୱର ସାଇକେଲିଂ ଓ ଆଡଭେଞ୍ଚର କ୍ଲବର ମିଳିତ ଆନୁକୂଲ୍ୟରେ ଧଉଳି ଶାନ୍ତିସ୍ତୂପର ପାଦ ଦେଶରୁ ସ୍ବର୍ଣ୍ଣ ତ୍ରିଭୁଜ ସାଇକେଲିଂ ଚାମ୍ପିୟନସିପ ଆୟୋଜିତ ହୋଇଯାଇଛି। ଏହି ଚାମ୍ପିୟନସିପ ଧଉଳି ପାଦଦେଶରେ ଥିବା ଅଶୋକ ସ୍ତମ୍ଭରୁ ଆରମ୍ଭ ହୋଇ ପିପିଲି, ମାଳତିପାଟପୁର, ବାଲିଘାଇ, ଚନ୍ଦ୍ରଭାଗା ଦେଇ ପୁଣି ସେହି ରାସ୍ତାରେ ଧଉଳି ପାଦଦେଶକୁ ଫେରିଥିଲା। ପ୍ରତିଯୋଗୀମାନେ ମୋଟ ୧୫୧ କିମି ଯାତ୍ରା କରିଥିଲେ। ରାଜ୍ୟ ଓ ରାଜ୍ୟବାହାରୁ ମୋଟ ୬୨ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତା ସକାଳ ୬.୩୦ମିନିଟରେ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୧୫ରେ ଶେଷ ହୋଇଥିଲା।

ପ୍ରତିଯୋଗିତାରେ ରାଉରକେଲାର ରୋହିତ ହେମ୍ବ୍ରମ ୪ ଘଣ୍ଟା ୫୬ ମିନିଟ ୫୦ ସେକେଣ୍ଡରେ ନିର୍ଦ୍ଧାରିତ ପଥ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କୁ ପଦକ ସହ ୨୦ହଜାର ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା। ଏହା ସହ ଦ୍ୱିତୀୟ ସ୍ଥାନରେ ରାଉରକେଲାର ଆଦିତ୍ୟ ସିଂ ଓ ତୃତୀୟ ସ୍ଥାନରେ ଭୁବନେଶ୍ୱରର ୟଶ ଦାସ ରହି ପଦକ ସହ ଯଥାକ୍ରମେ ୧୦ହଜାର ଓ ୫ହଜାର ଟଙ୍କା ପୁରସ୍କାର ରାଶି ଲାଭ କରିଥିଲେ। ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ଐଶ୍ୱରୀ ସ୍ୱାଇଁ ପ୍ରଥମେ ନିର୍ଦ୍ଧାରିତ ପଥ ଅତିକ୍ରମ କରିଥିଲେ। ପରିବହନ କମିସନର ସଞ୍ଜୀବ ପଣ୍ଡା ଧଉଳି ଅଶୋକ ସ୍ତମ୍ଭରୁ ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର