ଭୁବନେଶ୍ବର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ୍ର ୧୬ତମ ବାର୍ଷିକ ଉତ୍ସବ ‘ସେନ୍ସେସନ୍-୨୦୧୯’ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ େହାଇଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ ଯୁବ ସମାଜ କେବଳ ଚାକିରି ପଛରେ ନ ଗୋଡ଼ାଇ ଶିଳ୍ପୋଦ୍ୟୋଗୀ ହେବାକୁ ଚେଷ୍ଟା କରନ୍ତୁ। ପିଲାମାନେ ସୃଜନଶୀଳ ହେବାକୁ ଶ୍ରୀ କାନୁନ୍ଗୋ ପରାମର୍ଶ ଦେଇଥିଲେ। ଏଥିରେ ବିଜନେସ୍ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ ଦିଲ୍ଲୀପ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ଅନୁଷ୍ଠାନର ବାର୍ଷିକ ସାଂସ୍କୃତିକ ପତ୍ରିକା ‘ଶ୍ରୀଜନ୍’ ଉନ୍ମୋଚନ କରିଥିଲେ। ଏହି ଅବସରରେ ଏସ୍.କେ ଇଞ୍ଜିନିୟରିଂର ତାପସ ଦାସ, ଟିଭି-୧୮ର ସାମ୍ବାଦିକ ଥବିର ସାମଲ, ପ୍ରମେୟର ସହସମ୍ପାଦକ କପିଳେନ୍ଦ୍ର ପ୍ରଧାନ, ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ, କ୍ରିକେଟର ଶୁଭ୍ରାଂଶ ସେନାପତି, ଆନ୍ତର୍ଜାତିକ କରାଟେ ଖେଳାଳି ଅନୁପମା ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଅନୁଷ୍ଠାନର ଛାତ୍ର ମହମ୍ମଦ ଅନୱାର, ରୁଚିସ୍ମିତା ସାମଲଙ୍କୁ ଅଭୟ କୁମାର ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସିଖା ସ୍ବରୂପା ପଟ୍ଟନାୟକ, ଆକାଶ କୁମାର ସାହୁ ଏବଂ ଏଲିସା ସାହୁଙ୍କୁ ରାଧାମୋହନ ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷ ଉମାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ।