ସଂସଦୀୟ କମିଟିରେ ହାଜର ହେବାକୁ ମନାକଲେ ଟ୍ବିଟର ସିଇଓ

ନୂଆଦିଲ୍ଲୀ: ଟ୍ବିଟର ସିଇଓ ଜ୍ୟାକ ଡୋର୍ସି ତଥା କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ସଂସଦୀୟ କମିଟିରେ ହାଜର ହେବାକୁ ମନା କରିଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାଗରିକମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଆଇଟି ସଂକ୍ରାନ୍ତ ସଂସଦୀୟ କମିଟି ସେମାନଙ୍କୁ ହାଜର ହେବା ଲାଗି ନୋଟିସ ଦେଇଥିଲା। ଚଳିତ ମାସ ୧ ତାରିଖରେ ଏହି ନୋଟିସ ଜାରି ହୋଇଥିଲା। ବିଜେପି ଏମପି ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଧିକାରୀମାନେ ହାଜର ହୋଇଥାନ୍ତେ। ପ୍ରଥମେ ଏହି କମିଟିର ବୈଠକ ଚଳିତ ମାସ ୭ ତାରିଖରେ ହେବାର ଥିଲା। କିନ୍ତୁ କମ୍ପାନିର ଅଧିକାରୀମାନଙ୍କୁ ଅଧିକ ସମୟ ପ୍ରଦାନ ଲାଗି ଏହି ବୈଠକକୁ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଟ୍ବିଟରର ଅଧିକାରୀମାନଙ୍କୁ ‌ହାଜର ହେବା ପାଇଁ ୧୦ ଦିନ ସମୟ ଦିଆଯାଇଥିଲେ ମଧ୍ୟ ଏହା କମ୍ ସମୟ ବୋଲି ଦର୍ଶାଯାଇଛି।

ସମ୍ବନ୍ଧିତ ଖବର