ଓଡ଼ିଶାର କଳା ଜଗତ ପ୍ରତି ଶିଳ୍ପୀ ଅସୀମ ଅଖଣ୍ଡଙ୍କ ଅବଦାନ ଅନନ୍ୟ

ଗ୍ରୁପ ଖଲ୍ଲିକୋଟିଆନ୍ ଆନୁକୂଲ୍ୟରେ  ୨ୟ "କଳା ଓ କଳାକାର" ଭର୍ଚୁଆଲ ଆଲୋଚନା

ଭୁବନେଶ୍ବର : ଗ୍ରୁପ ଖଲ୍ଲିକୋଟିଆନ୍ ଆନୁକୂଲ୍ୟରେ  ୨ୟ “କଳା ଓ କଳାକାର” ଭର୍ଚୁଆଲ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କଳା ଚର୍ଚ୍ଚା ଓଡ଼ିଶାର ଅଗ୍ରଣୀ ଶିଳ୍ପୀ ତଥା ସାଧକ ଶିଳ୍ପୀ ଅସୀମ ଅଖଣ୍ଡଙ୍କ କର୍ମମୟ ଶିଳ୍ପୀ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।

ବିଶିଷ୍ଟ କଳା ଐତିହାସିକ ତଥା ବିକେ ଆର୍ଟ କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ: ଅଲେଖ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚର୍ଚ୍ଚାରେ ଅସୀମ ଅଖଣ୍ଡ ଙ୍କ ପୁତ୍ର ବରିଷ୍ଠ ଶିଳ୍ପୀ ପ୍ରଣବ ଅଖଣ୍ଡ ମୁଖ୍ୟ ବକ୍ତା ଭାବରେ ଅଂଶଗ୍ରହଣ କରି କହିଥିଲେ କି ସେ କିପରି ଭାବରେ ତାଙ୍କ ଗୁରୁଜୀ ଓ ବିନୋବା ଭାବେ ଙ୍କ ନିର୍ଦ୍ଦେଶ ରେ ବନାରସ ରୁ ଓଡିଶା କୁ ଆସିଥିଲେ ଓ ତାଙ୍କର କର୍ମମୟ ଜୀବନ ଏହିଠାରେ ହିଁ ଆରମ୍ଭ କରିଥିଲେ । ସେ ଏକାଧାରରେ ଜଣେ ଚିତ୍ର ଶିଳ୍ପୀ,ସ୍ଥପତି ଓ ସଂଗୀତଜ୍ଞ ଥିଲେ । ତାଙ୍କର ଅନେକ କଳାକୃତି ମଧ୍ୟ ରେ ଓଡିଶା ସରକାରଙ୍କ ଲୋଗୋ ଅନ୍ୟତମ । ଡ. ଅଲେଖ ଚରଣ ସାହୁ ତାଙ୍କର ଜୀବନ ଶୈଳୀ ସହିତ ଓଡିଶା ର ସେତେବେଳର ଚିତ୍ର କଳା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ ଓ ସେ କିପରି “ଶିଳ୍ପ ସାଧନା” ପ୍ରତିଷ୍ଠା କରିଥିଲେ ସେ ବିଷୟରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେବତୀ କାନ୍ତ ମହାରଣା ଅନୁଷ୍ଠାନ ସ୍ବାଗତ ଭାଷଣ ଓ ପରିଚାଳନା କରିଥିଲେ ।

ଏହି ଆଲୋଚନା ଚକ୍ର ରେ ଦିଲ୍ଲୀର ବିଶିଷ୍ଟ ଚିତ୍ର ଶିଳ୍ପୀ ତଥା ଗ୍ରୁପ ଖଲିକୋଟିଆନ୍ ର ଚିଫ୍ ଆଡ୍‌ମିନ ଅସିତ କୁମାର ପଟ୍ଟନାୟକ ଓ କୈଳାଶ ପୃଷ୍ଟି ଙ୍କ ସହିତ ଦିଲ୍ଳୀର ବିଶିଷ୍ଟ ସୀତାର ବାଦକ ଅରୁପ ରତନ ମୁଖାର୍ଜୀ ବରିଷ୍ଠ ଚିତ୍ର ଶିଳ୍ପୀ ଜୟନ୍ତ କୁମାର ଦାସ, ପଞ୍ଚାନନ ସୁର, ରବି ରଥ, ବିପିନଚନ୍ଦ୍ର ସେଠୀ,ଦୁର୍ଗାମାଧବ କର,କାଳୀ ଚରଣ ପାଢୀ,କୁମାର ଦେବ,ରମେଶ ଦେ, ସୁରଥ ଚୌଧୁରୀ,ଚିତ୍ରସେନ୍ ବିଶୋଇ,ପ୍ରଭାକର ପାତ୍ର, ମାନସ ପତି, ଡିକେ ବିଶ୍ୱାଳ,ଅଶୋକ ପଟ୍ଟନାୟକ, ଅମରେନ୍ଦ୍ର ମହାରଣା ଏବଂ ସୁଇଜରଲାଣ୍ଡ ରୁ ଅର୍ପିତା ଅଖଣ୍ଡ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ପରିଶେଷରେ ଶିଳ୍ପୀ ଧର୍ମପଦ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର