ଭୁବନେଶ୍ୱର : ୩ ଗିରଫ, ୮ ମୋବାଇଲ ଫୋନ୍ ଜବତ

ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ୩ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୮ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ, ମହିଷାଖାଲ ବସ୍ତିର ଅର୍ଜୁନ ବେହେରା ଏବଂ ପିଙ୍କୁ ଗୌଡ଼, ତାରିଣୀ ବସ୍ତିର ରାଜୁ ରାଉତ। ପୁଲିସ ସୂଚନା ଅନୁସାରେ, କିଛି ଦିନ ହେଲା ସେମାନେ ସ୍ଥାନୀୟ ଅଞ୍ଚଳରେ ମୋବାଇଲ ଫୋନ୍ ଲୁଟପାଟ୍‌ କରୁଥିଲେ। ସୂଚନା ମିଳିବା ପରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଆଜି ଅପରାହ୍‌ଣରେ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର