ପରିତ୍ୟକ୍ତ ବସ୍‌ ରଙ୍ଗମହଲ ପାଲଟିବା ଘଟଣା : କମିସନରେଟ୍‌ ପୁଲିସର ଛାନଭିନ୍‌ ଆରମ୍ଭ

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ବସ୍‌ ଟର୍ମିନାଲ୍‌ର ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବସ୍‌ ରଙ୍ଗମହଲ ପାଲଟିବା ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଛି କମିସନରେଟ୍‌ ପୁଲିସ। ଖୋଦ୍‌ ଡିସିପି ପ୍ରତୀକ ସିଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେଣୁ ଏସିପି ରଜତ ରାୟଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆଜି ଏସିପି ଶ୍ରୀ ରାୟ ମଧ୍ୟ ଖଣ୍ଡଗିରି ଓ ଭରତପୁର ଥାନା ପୁଲିସର ଏକ ଟିମ୍‌ ନେଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ତେଣୁ ଖୁବ୍‌ ଶୀଘ୍ର ଏହି ବସ୍‌କୁ ଏଠାରୁ ହଟାଇବାକୁ ପୁଲିସ ପଦକ୍ଷେପ ନେବ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେଲା ଖଣ୍ଡଗିରି ବସ୍‌ ଟର୍ମିନାଲ୍‌ରେ ୩ଟି ଘରୋଇ ବସ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସନ୍ଧ୍ୟା ହେବା ମାତ୍ରେ ସେହି ବସ୍‌ରେ କିନ୍ନର ଏବଂ ପ୍ରେମୀ ଯୁଗଳମାନେ ଅନୈତିକ ଆସର ଜମାଉଥିଲେ। ଫଳରେ ପର୍ଯ୍ୟଟକମାନେ ଏଭଳି କଦର୍ଯ୍ୟ କଥା ଦେଖି ନାକ ଟେକୁଥିଲେ। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ଖୋଲାଖୋଲି ଚାଲିଥିବା ଏଭଳି ଖରାପ କଥା ରାଜ୍ୟର ସୁନାମରେ ଆଞ୍ଚ ଆଣୁଛି ବୋଲି ସବୁଆଡ଼ୁ ନିନ୍ଦା କରାଯାଇଥିଲା। କମିସନେରଟ୍‌ ପୁଲିସ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବିଭିନ୍ନ ମହଲରୁ ଦାବି ହୋଇଥିଲା।

ସମ୍ବନ୍ଧିତ ଖବର