ସିପେଟ୍-ଓୟୁଟିଆର୍ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

ଭୁବନେଶ୍ବ: ସିପେଟ୍: ଆଇପିଟି ଭୁବନେଶ୍ୱର ଏବଂ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇ ଯାଇଛି। ଏହି ଅବସରରେ ଓୟୁଟିଆର୍‌ର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କ ସହିତ କୁଳସଚିବ ପ୍ରଫେସର ରଂଜନ ଜେନା ଏବଂ ଅନ୍ୟ ପ୍ରାଧ୍ୟାପକମାନେ ଉପସ୍ଥିତ ଥିଲେ।

ସିପେଟ୍‌ର ମୁଖ୍ୟ ପି.କେ ସାହୁ, ଅଧ୍ୟକ୍ଷ ପି.ସି ପାଢ଼ୀଙ୍କ ସହିତ ଅନୁଷ୍ଠାନର ସମସ୍ତ ପ୍ରାଧ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଉଭୟ ଅନୁଷ୍ଠାନ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା, ମାନବ ସମ୍ବଳ, ଗବେଷଣା ଏବଂ ଆଧୁନିକ ଜ୍ଞାନକୌଶଳର ଭାଗିଦାରୀକୁ ନେଇ ଆଗାମୀ ଦିନରେ ନୂତନ ଉଦ୍ଭାବନ କରିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗ୍ରହଣରେ ଭରପୂର ସୁଯୋଗ ଦେବା ବାବଦରେ ସବିଶେଷ ଆଲୋଚନା ହୋଇଥିଲା। ପ୍ରଫେସର ବିଶ୍ୱାଳ ଉଭୟ ଅନୁଷ୍ଠାନ ଦ୍ୱାରା ଯୁଗ୍ମ ପିଏଚଡି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର