ୟୁକୋ ବ୍ୟାଙ୍କ କର୍ମଚାରୀ ସଂଘର ୨୧ତମ ସର୍ବଭାରତୀୟ ସମ୍ମିଳନୀ

ଭୁବନେଶ୍ୱର : ୟୁକୋ ବ୍ୟାଙ୍କ କର୍ମଚାରୀ ସଂଘର ୨୧ତମ ସର୍ବଭାରତୀୟ ସମ୍ମିଳନୀ ସ୍ଥାନୀୟ ଭଞ୍ଜ କଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଦେଶର ବିଭିନ୍ନ ସ୍ଥାନରୁ ୪୦୦ରୁ ଊର୍ଧ୍ୱ ପ୍ରତିନିଧି ଓ ପର୍ଯ୍ୟବେକ୍ଷକ ଏଥିରେ ଯୋଗ ଦେଇଛନ୍ତି। ଜାତୀୟକରଣ ସରକାରୀ ବ୍ୟାଙ୍କଗୁଡ଼ିକ ଅନେକ ଋଣ ବୋଝରେ ବୁଡ଼ି ରହିଛନ୍ତି ଓ ବିଭିନ୍ନ ପ୍ରକାରର ଦୁର୍ନୀତିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମିଲ ଥିବାରୁ ଗ୍ରାହକମାନେ ନିଜ ଅର୍ଥ ପାଇଁ ଚିନ୍ତିତ। ଏହି କାରଣରୁ ଆମ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କର୍ମଚାରୀ ବ୍ୟାଙ୍କଗୁଡ଼ିକୁ ଏମିତି ପରିସ୍ଥିତିରୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା। ବ୍ୟାଙ୍କର ସୁରକ୍ଷା ପାଇଁ ଆଗାମୀ ଦିନରେ ବ୍ୟାଙ୍କ କର୍ମଚାରୀଙ୍କୁ ଆନ୍ଦୋଳନରେ ଭାଗ ନେବାକୁ ଅନୁରୋଧ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁମ୍ବାଇ ଟାଟା ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍‌ସର ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ବିନୀତ କୋହିଲି ମୁଖ୍ୟ ଅତିଥିରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ପ୍ରଦୀପ ବିଶ୍ୱାସ ମୁଖ୍ୟବକ୍ତା, ଓଡ଼ିଶା ସିଆଇଟିୟୁର ଉପସଭାପତି ଭାବେ ଜନାର୍ଦ୍ଦନ ପତି, ଅଭ୍ୟର୍ଥନା କମିଟିର ସଭାପତି ଭାବେ ପ୍ରକାଶ ରାୟ, ରାଜ୍ୟ ସଂପାଦକ ଭାବେ ଜୟଦେବ ଦାସଗୁପ୍ତା ଓ ସର୍ବଭାରତୀୟ ଅଭ୍ୟର୍ଥନା କମିଟିର ସାଧାରଣ ସଂପାଦକ କମଲ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀର ସମସ୍ତ ଦାୟିତ୍ୱ ଶ୍ରୀ ଚାଟାର୍ଜୀ ତୁଲାଇଥିଲେ।

ସମ୍ବନ୍ଧିତ ଖବର