ଜୀବନର ଶେଷ ପର୍ଯ୍ୟନ୍ତ ଇପ୍‌ସିତ କବିତାଟି ଲେଖି ହୁଏନି

‘ଗୋଧୂଳି’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : କବିର ଜୀବନ ଏକ ଦୁଃଖଦ ଜୀବନ। ସେ ଯେତେ ସମ୍ମାନ, ସମ୍ବର୍ଦ୍ଧନା ପାଇଲେ ମଧ୍ୟ ଜୀବନର ଶେଷ ପର୍ଯ୍ୟନ୍ତ ନିଜ ଇପ୍‌ସିତ କିବିତାଟି ଲେଖା ହୋଇ ନ ପାରିବାର ଦୁଃଖ ତାକୁ ଘାରିଥାଏ। ଶେଷ ଜୀବନ ପର୍ଯ୍ୟନ୍ତ ମଧ୍ୟ ସେଇଟି ରଚନା କରି ହୁଏ ନାହିଁ। ତା’ ସତ୍ତ୍ୱେ ବି କବିମାନେ କିବତା ଲେଖା ଜାରି ରଖିଥା’ନ୍ତି। ଜୟଦେବ ଭବନଠାରେ ତ୍ରୟମାସିକ ସାହିତ୍ୟ ପତ୍ରିକା ‘ଗୋଧୂଳି’ର ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ କବି ରମାକାନ୍ତ ରଥ ଏପରି ମତ ପ୍ରକାଶ କରିଛନ୍ତି। ବିଶିଷ୍ଟ ଶ୍ରମିକ ନେତା ଡ. ସୌରୀବନ୍ଧୁ କର ମୁଖ୍ୟଅତିଥି, ପୂର୍ବତନ ପ୍ରଶାସକ ଅଲେଖ ଚନ୍ଦ୍ର ପଢ଼ିଆରୀ ମୁଖ୍ୟବକ୍ତା, ଡାକ୍ତର ଅନିତା ପଣ୍ଡା ଓ ଗୀତିକବି ଶରତଚନ୍ଦ୍ର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଡ. ଭଗବାନ ପ୍ରକାଶଙ୍କ ସମେତ ୨୪ ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ସ୍ୱର୍ଗତ ସାମ୍ବାଦିକ ଅଶୋକ ସିଂହଙ୍କ ପୁସ୍ତକ ‘ଦୀର୍ଘଶ୍ୱାସର ଦୈର୍ଘ୍ୟ’ ଓ ସରୋଜିନୀ ପଟ୍ଟାୟତଙ୍କ ‘ଗୁଡ଼ି’ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ଶରତଚନ୍ଦ୍ର ରଥ ଓ ସିଦ୍ଧାର୍ଥ କାନୁନଗୋ ପୁସ୍ତକର ସମୀକ୍ଷା କରିଥିିଲେ। ପତ୍ରିକାର ସମ୍ପାଦିକା ବିମଳା ସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପୂଜ୍ୟପୂଜା ଓଡ଼ିଶାର ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ମୁକ୍ତଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ସଭାରେ ଅଧ୍ୟକ୍ଷତା କରିଥିଲେ। ଉତ୍ସବ ପ୍ରାରମ୍ଭରେ ୨୦ଜଣ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ଶିବସୁନ୍ଦର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର