ଭସାଣ ବେଳେ ପିଟାପିଟି, ୧୫ ଆହତ

ବାଲିଅନ୍ତା: ଗଣେଶ ଭସାଣକୁ କେନ୍ଦ୍ର କରି ଆଜି ରାତିରେ ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା ୪ ନମ୍ବର ୱାର୍ଡ‌ରେ ଗୋଷ୍ଠୀ ସଂଘର୍ଷ ଘଟିଛି। ସାହି ଭିତରକୁ ଗଣେଶ ମେଢ଼ ପୂରାଇ ନ ଦେବାକୁ କେନ୍ଦ୍ରକରି ଗଡ଼ସାହି ଏବଂ ଭୋଇସାହି ଯୁବକମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକାପଥର ପକାଇବା ସହ ଠେଙ୍ଗାରେ ଆକ୍ରମଣ କରିବାରୁ ଏଥିରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ପାହାଳ ଥାନା ଅଧିକାରିଣୀ ସୁଚିତ୍ରା ପରିଡ଼ା, ଲଷ୍ମୀସାଗର ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି, ଜୋନ୍‌-୪ ଏସିପି ପ୍ରମୁଖ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। କିନ୍ତୁ ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ଘଟଣାସ୍ଥଳରେ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର