ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ପାଞ୍ଚ ପଞ୍ଚାୟତରେ ବିଜେଡି ପଦଯାତ୍ରା

ଭୁବନେଶ୍ବର: ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ୫ ପଞ୍ଚାୟତରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହୋଇଛି। ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରା କଲ୍ୟାଣପୁର ପଞ୍ଚାୟତର ଢାୱା ଗ୍ରାମର ପ୍ରଭୁ ସୋମନାଥଙ୍କ ମନ୍ଦିର ନିକଟରୁ ବାହାରିଥି‌ଲା। ଏଥିରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ପଦଯାତ୍ରା ମାଧ୍ୟମରେ ପ୍ରତି ପଞ୍ଚାୟତ, ୱାର୍ଡରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପହଞ୍ଚାଇବା ସହ ବୃକ୍ଷରୋପଣ, ରକ୍ତଦାନ ଓ ପରିବେଶ ସଫେଇ ଭଳି ସାମାଜିକ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଯଥା ଦରଦାମ ବୃଦ୍ଧି, ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ, ଓଡ଼ିଶା ପ୍ରତି ଅହେତୁକ ଅବହେଳା ପ୍ରତିବାଦରେ ଆଗାମୀ ଦିନରେ ଲଢ଼େଇ ଜାରି ରଖିବା ପାଇଁ ଶ୍ରୀ ସ୍ୱାଇଁ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କର ପ୍ରତିଟି ଗରିବ କଲ୍ୟାଣକାରୀ ଯୋଜନା କିଭଳି ଭାବରେ ତଳସ୍ତରରେ ପହଞ୍ଚିବ ସେଥିପାଇଁ କର୍ମୀମାନେ ତତ୍ପରତା ପ୍ରକାଶ କରିବାକୁ ବିଧାୟକ ଶ୍ରୀ ରାଉତ ଆହ୍ୱାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଜିଲ୍ଲା ପରିଷଦ ବବିତା ରାଉତ, ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ସରପଞ୍ଚ ଦେବରାଜ ଭୋଇ, ଖୋଲଣା ମାଝୀ, ହେମନ୍ତ ପରିଡ଼ା, ନିଶିପଦ୍ମା କାଣ୍ଡି, ସୁପ୍ରିୟା ମଲ୍ଲିକ, ସମିତି ସଭ୍ୟ ଭୁବନ ମୋହନ ଦାସ, ନିହାରକାନ୍ତ ପଢ଼ିହାରୀ, ମମିତା ଦାସ, ବ୍ରଜବନ୍ଧୁ ଭୋଇ, ସସ୍ମିତା ବରାଳ, ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁର, ନୃସିଂହ ଖାଡ଼ଙ୍ଗା, ଗୋପୀନାଥ ଦାସ, ଅନନ୍ତ ସେନାପତି, ବସନ୍ତ ରଥ, ରାଜେନ୍ଦ୍ର ସ୍ୱାଇଁ, ପବିତ୍ର ସ୍ୱାଇଁ, ବ୍ରଜ ସ୍ୱାଇଁ, ସନ୍ତୋଷ ନାଥ, ପ୍ରଦୀପ ଦାସ, ବୀରେନ୍ଦ୍ର ଜେନା, ମାଧବ ରାଉତଙ୍କ ସମେତ ପାଞ୍ଚ ପଞ୍ଚାୟତର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବୁଦ୍ଧିଜୀବୀ, ଯୁବକ, ଛାତ୍ର ଓ ମହିଳାମାନେ ଯୋଗଦେଇଥିଲେ। ଆଗାମୀ ଦିନରେ ଏହି ପଦଯାତ୍ରା ପ୍ରତ୍ୟେକ ୱାର୍ଡ ଓ ପଞ୍ଚାୟତରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର