ଦଳ ବିରୋଧୀ କାର୍ଯ୍ୟ ପାଇଁ ସଂଯୁକ୍ତାଙ୍କୁ ନିଲମ୍ବନ କଲା ବିଜେଡି

ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ଦିନ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ, ଭୁବନେଶ୍ବର ସାଂଗଠାନିକ ସମ୍ପାଦିକା ସଂଯୁକ୍ତା ପାଣିଗ୍ରାହୀଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଯାଇଛି। ଦଳ‌ରେ ଏକ ପଦବିରେ ଥାଇ ସେ ୩୭ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥିନୀ ରଞ୍ଜିତା ବେହେରାଙ୍କ ବିରୋଧରେ ଛିଡ଼ା ହୋଇଥିଲେ। ଏହା ଏକ ଦଳ ବିରୋଧୀ କାର୍ଯ୍ୟ ହୋଇଥିବାରୁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି। ଦୁଇଦିନ ତଳେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଗତକାଲି ୩ ପୂର୍ବତନ କର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ନିଳମ୍ବନ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଭଳି ମୋଟ ୭ ଜଣଙ୍କ ଉପରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଇସାରିଲାଣି।

ସମ୍ବନ୍ଧିତ ଖବର