ଇ-ଡେସ୍‌ପାଚ୍‌ରେ ବିଏମ୍‌ସି, ବିଡିଏ

ଭୁବନେଶ୍ବର : ଦୀର୍ଘ ୭ ବର୍ଷ ଧରି ଇ-ଡେସ୍‌ପାଚ୍‌ ବ୍ୟବସ୍ଥାରୁ ଦୂରରେ ରହିବା ପରେ ବିଏମ୍‌ସି ଓ ବିଡିଏ ଇ-ଡେସ୍‌ପାଚ୍‌ରେ ସାମିଲ ହୋଇଛନ୍ତି। ଯଦିଓ ନୂ୍ଆବର୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା କର୍ତ୍ତୃପକ୍ଷ ଦାବି କରୁଛନ୍ତି, ତେବେ ଗତକାଲିଠାରୁ ବିଏମ୍‌ସି ଓ ବିଡିଏ ଏହି ବ୍ୟବସ୍ଥାରେ ଦୃଶ୍ୟମାନ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସେକ୍ରେଟେରିଏଟ୍‌ ଓ୍ଵାର୍କ ଫ୍ଲୋ ଅଟୋମେସନ ସିଷ୍ଟମ (ଓସ୍ୱାସ୍‌) ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିରେ ଥିବା ଇ-ଡେସପାଚ୍‌ ବ୍ୟବସ୍ଥାରେ ସମସ୍ତ ପ୍ରକାରର ଚିଠିପତ୍ର ଦେଣନେଣ ସହ ନିଆଯାଉଥିବା ବିଭାଗୀୟ ନିଷ୍ପତ୍ତି ବାବଦରେ ଅପ୍‌ଲୋଡ୍‌ କରିବାକୁ ବ୍ୟବସ୍ଥା ରହିଛି। କିନ୍ତୁ ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥାରୁ ବିଏମ୍‌ସି ଓ ବିଡିଏ ଦୂରରେ ରହିଥିଲେ। ପ୍ରଥମେ ପ୍ରଥମେ କିଛି ଦିନ ଏମାନେ ଏହି ବ୍ୟବସ୍ଥାରେ ରହିଥିଲେ। କିନ୍ତୁ ଚିଠି ଅପ୍‌ଲୋଡ୍‌ କରୁନଥିଲେ। ଏହାକୁ ନେଇ ବାଦ ବିବାଦ ଦେଖାଯିବା ପରେ ବ୍ୟବସ୍ଥାରୁ ଓହରି ଯାଇଥିଲେ। ଏବେ ଦୁଇ ବିଭାଗ ସହ ବିଏସ୍‌ସିଏଲ୍‌ ମଧ୍ୟ ସାମିଲ ହୋଇଛି।

ସମ୍ବନ୍ଧିତ ଖବର