ବଦଳିବ କ୍ୟାପିଟାଲ ହସ୍ପିଟାଲ ଓପିଡି ସମୟ: ସକାଳ ୯ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ଖୋଲା‌

ହସ୍ପିଟାଲ ପ୍ରସ୍ତାବ ଉପରେ ସ୍ବାସ୍ଥ୍ୟ ବିଭାଗର ମୋହର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ବଦଳିବ ବର୍ହିବିଭା‌ଗ ସମୟ। ଆଗାମୀ ଦିନରେ ସକାଳ ୯ଟାରୁ ସନ୍ଧ୍ୟ‌ା ୫ଟା ପର୍ଯ୍ୟନ୍ତ ଓପିଡି ଖୋଲା ରହିବ ବୋଲି ଗୁରୁବାର ଦିନ ସ୍ବା‌ସ୍ଥ୍ୟ ବିଭ‌ାଗ ତରଫରୁ ବିଜ୍ଞପ୍ତି ପ୍ରକା‌ଶ ପାଇଛି। କିଛି ଦିନ ମଧ୍ୟରେ ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲ ପିଜିଆଇ ମାନ୍ୟତା ପାଇବା ପରେ ହସ୍ପିଟାଲ ତରଫରୁ ବର୍ହିବିଭାଗ ସମୟ ସକାଳ ୮ଟାରୁ ୧୨ଟା ଓ ୩ଟାରୁ ୫ଟା ଦୁଇବେଳା ହେବା ପରିବର୍ତ୍ତେ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ଖୁବ୍‌ଶୀଘ୍ର ଏହା ଲାଗୁ ହେବ। ତେବେ ଅପରାହ୍‌ଣ ୧ଟାରୁ ୨ଟା ପର୍ଯ୍ୟନ୍ତ ଘଣ୍ଟାଏ ମଧ୍ୟ‌ାହ୍ନ ‌ଭୋଜନ ବିରତି ରହିବ। ସେହିପରି ସନ୍ଧ୍ୟା ୫ଟା‌ରୁ ସକାଳ ୯ଟା ପର୍ଯ୍ୟନ୍ତ ଜରୁରୀକାଳୀନ ବିଭାଗ ଖୋଲା ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲକୁ ପଠାଯାଇଥିବା ଚିଠିରେ ଉଲ୍ଲେଖ ‌ରହିଛି। ଚିଠି ପାଇବା ପରେ ଆଗାମୀ କିଛି ଦିନ ମଧ୍ୟ‌ରେ କ୍ୟାପିଟାଲ ହସ୍ପିଟାଲ‌ରେ ପାଥୋଲୋଜି, ବିଭାଗ ମୁଖ୍ୟ, ପଞ୍ଜୀକରଣ କେନ୍ଦ୍ର ସମେତ ସମସ୍ତ ବିଭାଗ ଓ ଆଉଟସୋର୍ସିଂ ସଂସ୍ଥା ସହ ‌ବୈଠକ କରାଯାଇ ଏହାକୁ ପୂର୍ଣ୍ଣା‌ଙ୍ଗ ରୂପ ଦିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର