ଅନ୍ତଃବିଭାଗୀୟ କ୍ୟାରମ ଆରମ୍ଭ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ଅନ୍ତଃବିଭାଗୀୟ କ୍ୟାରମ ପ୍ରତିଯୋଗିତା ଗତ ୨୦ ତାରିଖରୁ ସଚିବାଳୟ ସେବାସଂଘ (୨) ପରିସରରେ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ନିର୍ଦେଶିକା (ଅନୁସୂଚିତ ଜନଜାତି) ଗୁହା ପୁନମ ତାପସ କୁମାର ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ପବିତ୍ର ମଣ୍ଡଳ, ସ୍ବତନ୍ତ୍ର ଶାସନ ସଚିବ ରଘୁମଣୀ ଗମା‌ଙ୍ଗୋ, ନିର୍ଦେଶକ (ଅନୁସୂଚିତ ଜାତି) ଲକ୍ଷ୍ମଣ କୁମାର ମଲ୍ଲିକ, ଉପନିର୍ଦେଶକ ଶେଷଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ (ଭୁବନେଶ୍ବର) ପ୍ରତିଯୋଗିତାର ମୁଖ୍ୟ ପୃଷ୍ଠପୋଷକ ରହିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଖେଳାଳିମାନଙ୍କ ଦ୍ବାରା ଉଦ୍ଦିଷ୍ଟ ଜର୍ସିକୁ ଅତିଥିମାନେ ଅନାବରଣ କରିଥିଲେ। କାର୍ଯ୍ୟକ୍ରମରେ ଶିବ ହାଁସଦା, ଗଣେଶ ନାୟକ, ଅମିତ ମହାନ୍ତି, ନାରାୟଣ ପ୍ରସନ୍ନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସୁରେଶ କୁମାର ନାଗ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର