ରମାଦେବୀରେ କ୍ୟାରିଅର କାଉନ୍‌ସେଲିଂ

ଭୁବନେଶ୍ବର: ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଜୀବନ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହି ସମୟରେ ହିଁ ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତର କ୍ୟାରିଅର ଗଠନ ଆଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। ତେଣୁ ଏହାକୁ ବାସ୍ତବ ରୂପ ଦେବବ ପାଇଁ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜ ଭବିଷ୍ୟତର କ୍ୟ‌ାରିଅର ଗଠନ ପାଇଁ ଏବେଠୁ ଅଗ୍ରସର ହୁଅନ୍ତୁ। ବର୍ତ୍ତମାନର ପ୍ରଗତିଶୀଳ ଦୁନିଆରେ ନାରୀମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ସେମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛନ୍ତି ଏବଂ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତେଣୁ ପ୍ରତି ନାରୀମାନଙ୍କୁ ସେମାନଙ୍କ ଭବିଷ୍ୟତର କ୍ୟାରିଅର ବାଛିବାର ସ୍ୱାଧୀନତା ଦିଆଯିବା ଉଚିତ। ଶିକ୍ଷାବିତ୍‌ ତଥା ସ୍ତମ୍ଭକାର ଦେବେନ୍ଦ୍ରନାଥ ରାଉତ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କ୍ୟାରିୟର କାଉନସେଲିଂ ନିହାତି ଦରକାର।

ତେଣୁ କଲେଜରେ ପଢ଼ିବା ସମୟରେ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ସଠିକ୍‌ ଦିଗଦର୍ଶନ ଦେଖାଇ ପାରିଲେ ହିଁ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ ବୋଲି କହିଥିଲେ। ସ୍ତମ୍ଭକାର ତଥା ଲେଖକ ଭଗବାନ ପ୍ରକାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୀବନରେ ସଫଳ ହେବା ପାଇଁ ସମସ୍ତଙ୍କୁ ପ୍ରଥମେ ଭଲ ମଣିଷ ହେବା ଦରକାର ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାରିଅର କ‌ାଉନସେଲିଂ ଏକ୍ସପର୍ଟ ସୁଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି, କୁଳସଚିବ ଶ୍ୟାମଳୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଙ୍କୁ କ୍ୟାରିୟର ଗଠନ ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର