ଲକଡାଉନରେ ମାତିଛନ୍ତି ଠକ : କଟକଣାର ଫାଇଦା ନେଇ ଯୋଗାଇ ଦେଉଛନ୍ତି ନକଲି ପାସ୍

ଭୁବନେଶ୍ବର: ଲକଡାଉନରେ ନକଲି ପାସ ତିଆରି କରି ବନ୍ଧା ହେଲେ ଯୁବକ । ଗୋଟିଏ ପାସକୁ ୩ ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଶତାଧିକ ପାସ ଜବତ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଡ଼ମଣା ଅଂଚଳରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି । ଅମାନିଆ ମାନୁନଥିବାରୁ ପୁଲିସ ପକ୍ଷରୁ ପାସ ବ୍ୟବସ୍ଥା କରାଯାଇଛି । ହେଲେ ଏହି ସମୟରେ ନକଲି ପାସ ତିଆରି କରି ଲୋକଙ୍କଠାରୁ ପଇସା ଆଦାୟ କରୁଥିଲା ଅଭିଯୁକ୍ତ । ଏହାକୁ ଧରିବାରେ ସଫଳ ହୋଇଛି ପୁଲିସ ।

ସମ୍ବନ୍ଧିତ ଖବର