ବାଲିପାଟଣାରେ ‘ପୋଷ୍ୟ ସନ୍ତାନ ସଚେତନତା’ ରଥ

ବାଲିପାଟଣା : ଖୋର୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ପୋଷ୍ୟ ସନ୍ତାନ ସଚେତନତା ରଥ ଆଜି ଜୟଦେବ ନିର୍ବାଚନମଣ୍ଡଳୀ ପରିକ୍ରମା କରିଛି। ଶିଶୁ ଦିବସରେ ଖୋର୍ଧାରୁ ବହାରିଥିବା ଏହି ରଥଟି ବାଲିପାଟଣା ଓ ବାଲିଅନ୍ତା ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା।ପୋଷ୍ୟ ସନ୍ତାନ ଗ୍ରହଣ, ଶିଶୁ ଶ୍ରମିକ ନିରୋଧ, ବାଲ୍ୟ ବିବାହ ଅଧିନିୟମ ତଥା ଯତ୍ନ ସହ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ଥଇଥାନ ଉପରେ ରଥଟି ଗାଁ ଗହଳି ଲୋକମାନଙ୍କୁ ସଚେତନ କରିଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ରଞ୍ଜନ କୁମାର ଗୋଚ୍ଛାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସଚେତନତା ରଥ ଜୟଦେବ ନିର୍ବାଚନମଣ୍ଡଳୀ ପରିକ୍ରମା କରିଥିଲା।

ସମ୍ବନ୍ଧିତ ଖବର