ଜାଗର ଯାତ୍ରା ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ: ସୁରକ୍ଷା ଦାୟିତ୍ୱରେ ରହିବେ ୩୪ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ରାତି ପାହିଲେ ସମଗ୍ର ରାଜ୍ୟ ସମେତ ଭୁବନେଶ୍ବରସ୍ଥିତ ଶିବ ମନ୍ଦିରଗୁଡ଼ିକରେ ମହାଶିବରାତ୍ରୀ ପାଳନ ହେବ। ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ, ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ରହି ଆଇନ-ଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ। ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଇନ୍ସପେକ୍ଟର ଓ ୮୬ ସବଇନ୍ସପେକ୍ଟର। ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅନ୍ୟ ପକ୍ଷରେ କରୋନା କଟକଣା ପାଇଁ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏହି ବୈଠକରେ ବିଏମସି, ମନ୍ଦିର ପ୍ରଶାସନ ଅଧିକାରୀ, ପୁଲିସ, ସେବାୟତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର