ପାଠକଙ୍କୁ ପୁଣି ଇଡିର ଜେରା, କଳା ଟଙ୍କାର ଖୋଳତାଡ଼

ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାର ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ପୁଣି ବହିଷ୍କୃତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କୁ ମାରାଥନ୍ ଜେରା କରିଛି। ପୂର୍ବାହ୍ନ ପ୍ରାୟ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜେରା କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କ କାରବାର ସମ୍ପର୍କରେ ପଚରାଉଚରା ସହ କାଗଜପତ୍ର ଯାଞ୍ଚ କରାଯାଇଛି।

ଅକ୍ଟୋବର ୫ ତାରିଖରେ ଅଭୟକାନ୍ତଙ୍କୁ ପ୍ରଥମ ଥର ପାଇଁ ଜେରା କରାଯାଇଥିଲା। ସେହିପରି ଗତ ୧୧ ତାରିଖରେ ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ଦୀର୍ଘ ୬ ଘଣ୍ଟା ଧରି ଇଡି ଅଧିକାରୀ ଜେରା କରିଥିଲେ। ଜେରା ସମୟରେ ତଦନ୍ତକାରୀ ଟିମ୍ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିଲା। ସେହି ତଥ୍ୟ ଆଧାରରେ ଆଜି ପୁଣି ଜେରା କରାଯାଇଛି । ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୨୦ ନଭେମ୍ବରରେ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଲକଡାଉନ୍ ସମୟରେ ଏକାଧିକ ଥର ଚାର୍ଟର ବିମାନରେ ବୁଲିବା, ତାଜ୍ ପ୍ୟାଲେସ ହୋଟଲରେ ରହିବା, ଦାମୀ କାର୍, ଦାମୀ ଆପାର୍ଟମେଣ୍ଟ ଭଡ଼ା, ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମାର ତଥ୍ୟ ହାସଲ କରିଥିଲା ଭିଜିଲାନ୍ସ।

ସମ୍ବନ୍ଧିତ ଖବର