ଭାରତ ବିକାଶ ପରିଷଦର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ୫ମ ବାର୍ଷିକ ପ୍ରତିଷ୍ଠା ଦିବସ ନିକୋ ପାର୍କସ୍ଥିତ ଜୟ ଭାରତ ଭବନଠାରେ ପାଳିତ ହୋଇଯାଇଛି। ଶାଖାର ସଭାପତି ମୃତ୍ୟଞ୍ଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସ୍ତମ୍ଭକାର ତଥା ଶିକ୍ଷାବିତ୍‌ ଡ. ହରପ୍ରସନ୍ନ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦ ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା ଓ ସଚ୍ଚିଦାନନ୍ଦ ପଣ୍ଡା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରାଯାଇ ଶପଥ ପାଠ କରାଯାଇଥିଲା। ଏହାସହ ଗତ ୨୩ ତାରିଖରେ ଆୟୋଜିତ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର