ଗୋଟିପୁଅ ନୃତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ମାଗୁଣି ଦାସଙ୍କ ସ୍ମୃତିରେ ଜୟଦେବ ଭବନରେ ଚାଲିଥିବା ଗୋଟିପୁଅ ନୃତ୍ୟ ଉତ୍ସବର ଆଜି ଥିଲା ଶେଷ ସନ୍ଧ୍ୟା। ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରାଧନା ଡ୍ୟାନ୍‌ସ୍‌ ଏକାଡେମି, କୋଣାର୍କ ନାଟ୍ୟ ମଣ୍ଡପ ଓ ନାରାୟଣୀ ଗୋଟିପୁଅ କଳା ପରିଷଦ ପକ୍ଷରୁ ପଞ୍ଚଦେବ ସ୍ତୁତି, ଦେଖ ଗୋ ରାଧା ମାଧବ ଚାଲି, ବନ୍ଧନୃତ୍ୟ, ଗୁରୁବନ୍ଦନା ଓ ମା ମାରେ ପଲ୍ଲବୀ ନୃତ୍ୟାଭିନୟ ଦେଖିବାକୁ ମିଳିଥିଲା। ଏହି ଉତ୍ସବର ଶେଷ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ବିଧାୟକ ଅରୁଣ ସାହୁ, ଶିଳ୍ପପତି ନିଶିକାନ୍ତ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ, ନାଲ୍‌କୋର ପୂର୍ବତନ ସିଏମ୍‌ଡି ଏସ୍‌ କେ ଟାମୋଟିଆ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶିବ ପ୍ରସାଦ ରଥ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସାମ୍ବାଦିକ ବାବୁଲି ଭୟାଁ, ସାମ୍ବାଦିକ ପ୍ରଦୀପ କୁମାର ନାୟକ ଓ ଅଭିମନ୍ୟୁ ମହାପାତ୍ରଙ୍କୁ ‘ଦଶଭୁଜା ଗୋଟିପୁଅ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶ୍ରୀନିବାସ ଘଟୁଆରୀ। ଅନୁଷ୍ଠାନର ଉପସଭାପତି ଉଦୟ ଶଙ୍କର ଦାଶ ଓ ବସନ୍ତ ପ୍ରଧାନ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର