ଇପ୍ସିତା ମିସ୍ ରଜ ରାଜକୁମାରୀ-୨୦୨୨ର ବିଜେତା

ଭୁବନେଶ୍ବର: ରେଡ୍ ଏଫ୍ଏମ୍ ପକ୍ଷରୁ ଏସ୍‌ପ୍ଲାନେଡ ମଲ୍ ଠାରେ ଆୟୋଜିତ ୩ଦିନିଆ ରଜ ମହୋତ୍ସବ ଗତ ୧୬ ତାରିଖରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମିସ୍ ରଜ ରାଜକୁମାରୀ-୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ଗ୍ରାଣ୍ଡଫିନାଲେରେ ଇପ୍ସିତା ଦାସ ବିଜୟୀ ହୋଇଛନ୍ତି।

ସଂସ୍ଥାର ମୁଖ୍ୟ ବିଜେତାଙ୍କୁ ଟ୍ରଫି ଓ ମିସ୍‌ ରଜ ରାଜକୁମାରୀ କ୍ରାଉନ୍ ପିନ୍ଧାଇ ସମ୍ବର୍ଦ୍ଧିତ କରିଛନ୍ତି। କାର୍ଯ୍ୟକ୍ରମରେ ରେଡ ଏଫ୍‌ଏମ୍‌ ଷ୍ଟେସନ ମୁଖ୍ୟ ମାନସ ପଟ୍ଟନାୟକ, ଗ୍ଲାମର ସାଇନ୍‌ର ନିର୍ଦ୍ଦେଶକ ପ୍ରଶାନ୍ତ, ଗ୍ଲାମ୍ଅଫ୍‌ର ନିର୍ଦ୍ଦେଶିକା ସୋନାଲି ଜଜ୍ ଭାବେ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୪୦ରୁ ଅଧିକ ଯୁବତୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର