ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଆଜି ଭୁବନେଶ୍ୱର କୋର୍ଟରେ ପହଞ୍ଚି ଏହା ନିକଟରେ ନିର୍ମାଣ ଚାଲିଥିବା ଜୁଡିସିଆଲ କମ୍ପ୍ଲେକ୍ସ କାର୍ଯ୍ୟ ତଦାରଖ କରିଥିଲେ। ଏହି କାର୍ଯ୍ୟ ଶୀଘ୍ର ସରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଭୁବନେଶ୍ୱର ଜିଲ୍ଲା ଜଜ୍‌ ରାମଶଙ୍କର ହୋତା, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ କମିଟି ଅଧ୍ୟକ୍ଷ ବି. ଆର୍ ଷଡ଼ଙ୍ଗୀ, ନିର୍ମାଣ ବିଭାଗ ଅଧିକାରୀ ଓ ଜୁଡିସିଆଲ ଅଫିସର ପ୍ରମୁଖଙ୍କ ସହ ଜୁଡିସିଆଲ କମ୍ପ୍ଲେକ୍ସ ସମ୍ପର୍କରେ ଆଲୋଚନା କରିଥିଲେ।

ତାଙ୍କ ସହ ଭୁବନେଶ୍ବର ଓକିଲ ସଂଘ ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭିମନ୍ୟୁ ସ୍ବାଇଁ, ସମ୍ପାଦକ ରାଜ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହ ସଂପାଦକ ରାଜେନ୍ଦ୍ର ଦାସ, କୋଷାଧ୍ୟକ୍ଷ ଦିବାକର ମିଶ୍ର ଓ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର