ଖଣ୍ଡଗିରି ମାଘମେଳାରେ କଦଳୀ ଖୁଆଇ ମନସ୍କାମନା ପୂରଣ କରୁଛନ୍ତି ବାବା !

ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ମେଳାରେ ବିଭିନ୍ନ ସନ୍ୟାସୀଙ୍କୁ ଦେଖିବାକୁ ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ଚର୍ଚ୍ଚା ସାଉଁଟିଥିବା ଅନ୍ୟତମ ବାବା ହେଉଛନ୍ତି କଦଳୀ ବାବା!  ଯିଏ କଦଳୀ ଖୁଆଇ ଲୋକଙ୍କ ମନସ୍କାମନା ପୂର୍ଣ୍ଣ କରୁଥିବା ଚର୍ଚ୍ଚା ହେଉଛି । ଆଉ ଅନେକ ବାବାଙ୍କର ଏହି ଦାବିକୁ ସତ ମାନି ନେଇଥିବା ଦେଖିବାକୁ ମିଳିଛି।

ଏହି ବାବାଙ୍କ ନିକଟରେ ପ୍ରବଳ ଲୋକଭିଡ଼ ଜମିବା ଦେଖାଯାଇଛି । ଭକ୍ତମାନେ ପୂର୍ଜାଚ୍ଚନା କରି ତାଙ୍କଠାରୁ ‘ମନ୍ତୁରା କଦଳୀ’ ( ମନ୍ତ୍ର କରାଯାଇଥିବା କଦଳୀ)  ଗ୍ରହଣ କରିଥାନ୍ତି। ସେ ଦେଉଥିବା କଦଳୀ ଖାଇଲେ ମନସ୍କାମନା ପୂର୍ଣ୍ଣ ହେବ ବୋଲି ଅନେକ ବିଶ୍ବାସ କରୁଛନ୍ତି।

ସେଠାରେ ବାପା ଦିନରାତି ତପସ୍ୟା ମଧ୍ୟ କରୁଛନ୍ତି। ବାବାଙ୍କ ସମ୍ମୁଖରେ କାନ୍ଧି କାନ୍ଧି କଦଳୀ ଝୁଲୁଛି । ବାବାଙ୍କ କହିବାନୁସାରେ ପ୍ରତ୍ୟେକ ଲୋକ ଫଳ ଆଶାରେ କର୍ମ କରେ। ଆୟୋଜିତ ଯଜ୍ଞ ମଧ୍ୟ ସମସ୍ତଙ୍କୁ ସୁଫଳ ପ୍ରଦାନ କରିବ ବୋଲି ଆଶା ରହିଛି। ସାମ୍ନାରେ କଦଳୀ ଛୁଲାଇବା‌ର କାରଣ ହେଉଛି ଲୋକମାନେ ଫଳ ତଳ ଦେଇ ଗତି କରିବେ। ସେମାନଙ୍କୁ ମଧ୍ୟ ସୁଫଳ ପ୍ରାପ୍ତି ହେବ। ସମସ୍ତ ପୂଜାରେ କଦଳୀକୁ ଆଗ ବ୍ୟବହାର କରାଯାଏ ଓ କଦଳୀ ଯେ ଏକ ପବିତ୍ର ଫଳ ଏହା ସମସ୍ତେ ଜାଣନ୍ତି ବୋଲି ବାବା କହିଛନ୍ତି।

ସେ ଆହୁରି ବି କହିଛନ୍ତି କି ବାବାଙ୍କ ନିକଟରୁ ଭକ୍ତମାନେ ସଦା ଆଶୀର୍ବାଦ ଲୋଡ଼ିଥାନ୍ତି। ମୁଣ୍ଡ ଆଉଁସି ଖାଲି ଆଶୀର୍ବାଦ କରିଦେଲେ ତାହା ଆ‌ଖିକୁ ଦି‌ଶି ନଥାଏ। ସେହି କାରଣରୁ ଆମେ ଆଶୀର୍ବାଦ ସ୍ବରୁପ କଦଳୀ ପ୍ରଦାନ କରିଥାଉ।

ସମ୍ବନ୍ଧିତ ଖବର