କିଟ୍‌ ଛାତ୍ରୀ କସ୍ତୁରୀ ଦାସ ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌’

ଭୁବନେଶ୍ୱର: ନୃତ୍ୟ, ସଙ୍ଗୀତ, କମେଡି, ମିମିକ୍ରି ଓ ଗପ କୁହାର ଏକ ଜବର୍‌ଦସ୍ତ ପ୍ରତିଯୋଗିତା ଚାଲିଥିଲା ହାଇଟେକ୍‌ ମେଡିକାଲ୍‌ କଲେଜ ପରିସରରେ। କେବେ ବିଦେଶୀ ନୃତ୍ୟର ଫ୍ୟୁଜନ୍‌ ପୁଣି ଶାସ୍ତ୍ରୀୟ ସଙ୍ଗୀତର ତାଳ ତାଳେ ନିଜକୁ ଅନ୍ୟଠୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ୨୪ ଜଣ ଫାଇନାଲିଷ୍ଟ୍‌ଙ୍କ ମଧ୍ୟରେ ଚାଲିଥିଲା କଡ଼ା ଟକ୍କର। ଅବସର ଥିଲା ଓଡ଼ିଶାର ନମ୍ବର-୧ ଘରୋଇ ଏଫ୍‌ ଏମ୍‌ ଚ୍ୟାନେଲ୍‌ ‘ରେଡିଓ ଚକ୍‌ଲେଟ୍‌ ୧୦୪’ ପକ୍ଷରୁ ଆୟୋଜିତ ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ତର‌୍‌’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ। ମେରେ ଢୋଲନା ଶୁନ୍‌… ‘ଭୁଲ୍‌ ଭୁଲେୟାଁ’ ଚଳଚ୍ଚିତ୍ରର ଏହି ଗୀତ ଗାଇ ବାଜି ମାରି ନେଇଛନ୍ତି କିଟ୍ ବିଶ୍ବବିଦ୍ୟାଳୟର ଛାତ୍ରୀ କସ୍ତୁରୀ ଦାସ। ନିଜର ସ୍ବରର ଲାଳିତ୍ୟରେ ଶ୍ରୋତା ତଥା ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରି ‌େହାଇଛନ୍ତି ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌’। ଏଥିସହ ଏନ୍‌ଏସ୍‌ଏମ୍‌ ସିଟି କଲେଜ, କଟକର ଛାତ୍ର ସମୀର ଶେଖର ସିଂହ ନୃତ୍ୟ ପରିବେଷଣ କରି ପ୍ରଥମ ରନର୍ସ ଅପ୍ ଓ କିଟ୍ ବିଶ୍ବବିଦ୍ୟାଳୟର ଛାତ୍ରୀ ଶ୍ବେତା ଚକ୍ରବର୍ତ୍ତୀ ଏକକ ଅଭିନୟ କରି ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି।

ଆଜିର କାର୍ଯ୍ୟକ୍ରମରେ ହାଇଟେକ୍‌ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଶ୍ରୀ ପାଣିଗ୍ରାହୀ ଏହି ଅବସରରେ କହିଲେ, ବର୍ତ୍ତମାନ ଛାତ୍ରଛାତ୍ରୀମାନେ ପାଠ ପଢ଼ା ଚାପରେ ଏଭଳି ଚାପି ହୋଇଯାଉଛନ୍ତି ଯେ ଜୀବନକୁ ଜୀବନ ଭଳି ବଞ୍ଚିବା ଭୁଲିଗଲେଣି। ଏହି ପରିସ୍ଥିତିରେ ଏଭଳି କଳା ଓ ପ୍ରତିଭା‌କୁ ନେଇ ଆୟୋଜିତ ପ୍ରତିଯୋଗିତାଗୁଡ଼ିକ ସେମାନଙ୍କୁ ଜୀବନରୁ ମଜା ଉଠାଇବା ଶିଖାଇ ପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ବିଚାରକ ଭାବେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଓ ଓଲିଉଡ୍‌ କୋରିଓଗ୍ରାଫର୍‌ ବାବୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆର୍‌ଜେ ଅନୀଲ ଓ ଆ‌ର୍‌ଜେ କୋମଳ ସଂଯୋଜନା କରିଥିଲେ। ଆର୍‌ଜେ ନିଧି, ଆର୍‌ଜେ ଅଭି, ଆ‌ର୍‌ଜେ କୋଏଲ୍‌, ମାନସ ପଢ଼ିଆରୀ, ଶ୍ରୀକାନ୍ତ ପଣ୍ତା, ବେଦପ୍ରକାଶ, ଅରୁଣ, ତାପସ, ସୌମିତ୍ରୀ ପଲାଇ, ପ୍ରଶାନ୍ତ, ବିମଲ୍‌, ସ୍ମୃତି, ସୁନୀଲ ଓ ଅବିନାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଇଭେଣ୍ଟ୍‌ର ପ୍ରାେଯାଜକ ଥିଲେ ଅମୃତ ଵାଟର‌୍‌, ଟେକ୍‌ନୋ ମୋବାଇଲ୍‌ସ୍‌, ଓରାଇମୋ, ଏଲ୍‌ଆଇସି, ଲକ୍ଷ୍ମୀ ମୋବାଇଲ୍‌ସ୍‌, ବରା କାକରା, ରାପିଡୋବାଇକ୍‌ ଟ୍ୟାକ୍ସି, ଏସ୍‌ବିଆଇ, ସଫଲ ଓ ହ୍ବାଟ୍ସ୍‌ କୁକିଙ୍ଗ୍‌ ପ୍ରମୁଖ। ଗତ ୧୧ ତାରିଖରୁ ହାଇଟେକ୍‌ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଏନ୍‌ଏସ୍‌ଏମ୍‌ ସିଟି କଲେଜ, କେଏମ୍‌ବିବି ଇ˚ଜିନିୟରି˚ କଲେଜ, କିଟ୍‌ କଲେଜ, ଗୀତା ଇ˚ଜିନିୟରି˚ କଲେଜ, ଜୁପିଟର୍‌ ଡିଗ୍ରି କଲେଜ ଓ ପିଏନ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ମାଧ୍ୟମରେ ପ୍ରତି କଲେଜରୁ ୩ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା।

ସମ୍ବନ୍ଧିତ ଖବର