ଭୁବନେଶ୍ୱର : ମଦ ପାଇଁ ଟଙ୍କା ନ ଦେବାରୁ ଛୁରି ଭୁଶିଦେଲା

ଭୁବନେଶ୍ୱର : ମଦ ପିଇବାକୁ ଟଙ୍କା ମାଗି ହତାଶ ହେବା ପରେ ଜଣେ ନିର୍ମାଣ ଶ୍ରମିକଙ୍କୁ ଛୁରି ଭୁଶିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଗଞ୍ଜାମ ଭଞ୍ଜନଗର ଡମକିକମ୍ପାର ତୋଫାନ ନାୟକକୁ ଗିରଫ କରିଛି। ଆକ୍ରମଣରେ ଆହତ ନିର୍ମାଣ ଶ୍ରମିକଜଣକ ହେଲେ, ଭଞ୍ଜନଗର ଚିଲିକିର ପ୍ରଫୁଲ୍ଲ ମହାନ୍ତି। ତାଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ପେଟ ଓ ପିଠିରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଫୁଲ୍ଲ ଓ ତୋଫାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣ କାର୍ଯ୍ୟ କରୁଥିଲେ। ଗତରାତିରେ ମଦ ପିଇବା ପାଇଁ ପ୍ରଫୁଲ୍ଲଙ୍କୁ ଟଙ୍କା ମାଗିଥିଲା ତୋଫାନ। ପ୍ରଫୁଲ୍ଲ ମନା କରିଦେବାରୁ ସେ ତାଙ୍କୁ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର