ଲେଡି ଡନ୍ ଶୈଳ ରଣସିଂ ପୁଅ ଗିରଫ, ଜିଆର୍‌ପି ହାତରେ ଧରାପଡ଼ିଲା

ଟ୍ରେନରୁ ଯାତ୍ରୀଙ୍କ ମୋବାଇଲ ଲୁଟୁଥିଲା

ଭୁବନେଶ୍ବର: ଲକ୍ଷ୍ମୀସାଗର ହଳଦୀପଡ଼ିଆରେ ବ୍ରାଉନସୁଗାର କାରବାରର ମଙ୍ଗ ଧରିବା ସହ ପୁଲିସକୁ ଆକ୍ରମଣ କରି ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିବା ଲେଡି ଡନ୍ ଶୈଳ ରଣସିଂର ପୁଅ ପୁଲିସ କବଜାରେ। ଚଳନ୍ତା ଟ୍ରେନ୍‌ରୁ ଯାତ୍ରୀଙ୍କ ମୋବାଇଲ ଲୁଟି ଫେରାର ହେଉଥିବା ବେଳେ ଜିଆରପି ଥାନା ହାତରେ ଧରାପଡ଼ିଛି ଜିତୁ ରଣସିଂ। ଜିତୁଠାରୁ ପୁଲିସ ମୋବାଇଲ ଫୋନ୍ ଜବତ କରିଥିବା ବେଳେ ଗିରଫ କରି କୋର୍ଟଚାଲାଣ କରିଛି।

ଜିଆରପି ଥାନାଧିକାରୀ ଜୟଦେବ ବିଶ୍ବଜିତଙ୍କ ସୂଚନା ଅନୁସାରେ, ପଶ୍ଚିମବଙ୍ଗର ରେଜୁଲ ଖାନ୍ ନାମକ ଯାତ୍ରୀ ଟ୍ରେନ ଯୋଗେ ତ୍ରିଭେନ୍ଦ୍ରମ ଯାଉଥିଲା। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ବର ଷ୍ଟେସନ୍‌ରେ ଚଳନ୍ତା ଟ୍ରେନ୍‌ରୁ ରେଜୁଲଙ୍କ ମୋବାଇଲ ଫୋନ୍ ଧରି ଜିତୁ ଫେରାର ହୋଇଯାଉଥିବା ବେଳେ ଯାତ୍ରୀମାନେ ପାଟି କରିଥିଲେ। ସେହି ସମୟରେ କାର୍ଯ୍ୟରତ ପୁଲିସ ଜିତୁକୁ ମାଡ଼ି ବସିଥିଲେ।

ସମ୍ବନ୍ଧିତ ଖବର