ଭଜନ ଅଧାରେ ଚାଲିଗଲା ଜୀବନ

ବାଲିପାଟଣା: ବାଲିପାଟଣା ଥାନା ଓଡ଼ଖଣ୍ଡ ଗ୍ରାମର ରାଜକିଶୋର ପଲେଇ (୪୮)ଙ୍କର ହୃଦ୍‌ଘାତରେ ଅକାଳ ମୃତ୍ୟୁ ହୋଇଛି। ମାନସିକ ମେଳା ପୂଜାରେ ଭଜନ ଗାଉଥିବା ବେଳେ ସେ ଅଖି ବୁଜିଛନ୍ତି। ଏଭଳି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁସାରେ, ବାଲିପାଟଣା ଥାନା ରାଜସ ପଞ୍ଚାୟତ ଗରିଆ ଗ୍ରାମର ସୁରେନ୍ଦ୍ର ବରାଳଙ୍କ ଘରେ ମାନସିକ ଶନି ମେଳା ଉଦ୍‌ଯାପନ ହେଉଥିଲା। କୁରୁଞ୍ଜିପୁର ପଞ୍ଚାୟତ ଓଡ଼ଖଣ୍ଡ ଗ୍ରାମର ରାଜକିଶୋର ନିଜ ଗାଁ ସଂକୀର୍ତନ ମଣ୍ଡଳୀ ନେଇ ସେଠାକୁ ଯାଇଥିଲେ। ପୂଜା ପରେ ଭଜନ କାର୍ଯ୍ୟକ୍ରମ ଚାଲିଥିଲା। ରାଜକିଶୋର ଭଜନ ଗାଇବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ମେଳା ସ୍ଥାନରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିପାଟଣା ଥାନା ପୁଲିସ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜକିଶୋର ବୃତ୍ତିରେ ଜଣେ ଗାଡ଼ି ଡ୍ରାଇଭର। ଏଏନେଇ ବାଲିପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର