ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ କାମ ଆରମ୍ଭ

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ କାମ ଅନୁକୂଳ ହୋଇଛି। ସେବାୟତଙ୍କ ଦ୍ଵାରା ମହାଖଳାଠାରେ ରଥ କାଠ ପୂଜାପରେ ମହାରଣା ସେବାୟତ ଆମ୍ବ ଗରରେ ଚୋଟ ଲଗାଇ କାମ ଆରମ୍ଭ କରିଛନ୍ତି। ମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଗଡ଼ା ଛକରେ ପୂଜା କରାଯାଇ ଏହି ନୀତି ସମ୍ପନ୍ନ ହୋଇଥିଲା। ଏବେ ରଥ ତିଆରି ବିଧିବଦ୍ଧ ଭାବେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର