ବୈଠକରୁ ବାହାରିପାରିଲାନି ନିଷ୍କର୍ସ; ଏବେ ଖୋଲିବନି ମାର୍କେଟ ବିଲ୍ଡିଂ, ବିଏମ୍‌ସି କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲୋକପ୍ରିୟ ଏବଂ ପ୍ରସିଦ୍ଧ ବଜାର ‘ମାର୍କେଟ ବିଲ୍ଡିଂ’ ଏବେ ଖୋଲିବ ନାହିଁ। କିଛି ଦିନ ହେବ ଏଠାରେ ଗାଡ଼ି ଭଙ୍ଗାରୁଜାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଠାରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି। ସମସ୍ୟାର ସମାଧାନ ନ ହେବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ।

ସୂଚନାଯୋଗ୍ୟ, ମାର୍କେଟ ବିଲ୍ଡିଂରେ ଲାଗି ରହିଥିବା ସମସ୍ୟା ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବୈଠକରେ କୌଣସି ନିଷ୍କର୍ସ ନିଷ୍କର୍ସ ବାହାରିପାରି ନ ଥିଲା। ଫଳରେ ଏବେ ମାର୍କେଟ ବିଲ୍ଡିଂ ଖୋଲିପାରିବ ନାହିଁ। ତେଣୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହା ବନ୍ଦ ରହିବ। ଯେତେଦିନ ଯାଏଁ ଲିଖିତ ପ୍ରତିଶ୍ରୁତି ନ ମିଳିବ, ସେହି ସମୟ ଯାଏଁ ସମସ୍ତ ଦୋକାନ ବନ୍ଦ ରହିବ।

ତେବେ ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦୁମ୍ନ ଜେନା ଗୁରୁବାର ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଯେ, ବିବାଦ ନେଇ ଗତକାଲି ମଧ୍ୟାହ୍ନରେ ବୈଠକ ବସିଥିଲା। ପରେ ସନ୍ଧ୍ୟାରେ ବିଏମ୍‌ସି ପକ୍ଷରୁ ଡାକବିଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରାଯାଇଛି। ତଥାପି ଲିଖିତ ପ୍ରତିଶ୍ରୁତି ପାଇଁ ଅଡିବସିଛନ୍ତି ବ୍ୟବସାୟୀ । ଉଠାଦୋକାନୀଙ୍କୁ ବିରୋଧ କରି ସଙ୍ଘ ନେଇଛି ନିଷ୍ପତ୍ତି । ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର୍ ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଯଦି ବିଏମ୍‌ସି ଲିଖିତ ଭାବରେ ନଦିଏ ସଂଘ କାଲି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବ।

ସମ୍ବନ୍ଧିତ ଖବର