ମତ ମତାନ୍ତର : ତଦନ୍ତ ତା’ ବାଟରେ

ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୀର୍ଘ ଦିନ ଯୌନ ନିର୍ଯାତନା ଦେବା ପରେ ଦରମା ନ ଦେଇ ବିଦା କରି ଦିଆଗଲା। ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଛି। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ। ଏଭଳି ସଙ୍ଗିନ ଅଭିଯୋଗକୁ ତିନିମାସ ପୂରିବାକୁ ବସି ଥିଲେ ମଧ୍ୟ ଅଭିଯୋଗର ଅନୁସନ୍ଧାନ ମଧ୍ୟ କରାଯାଇ ନାହିଁ। ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଦାର ହେଉଛି। ‌ସେଥିରୁ କିଛି ବଛାବଛା ପ୍ରତିକ୍ରିୟା…

ସବୁ ସଲାସୁତୁରାରେ ଚାଲିଛି। ତଳୁ ଉପର ଯାଏ ସମସ୍ତେ ସଂପୃକ୍ତ ଅଛନ୍ତି। କିନ୍ତୁ ତଦନ୍ତ ତା’ ବାଟରେ ଯିବ। ଦେଖିବେ, ବଡ଼ବାବୁମାନେ ଖସିଯିବେ। ପିଅନକୁ ଧରିବେ।
ସନ୍ତୋଷ କୁମାର ଦେହୁରୀ(ଫେସବୁକ୍)

ଏଠି ନ୍ୟାୟର ଆଶା ରଖିବା ମନା। ସେ ପୁରୁଷ ହେଉ କି ନାରୀ ଅବା ଦିବ୍ୟାଙ୍ଗ। ଏଠି କେବଳ ବିଜେଡି ଗୁଣ୍ଡାରାଜ ଚାଲେ। ସବୁ ବିଜେଡି ଇସାରାରେ। ନ୍ୟାୟର ଭିକ୍ଷା କାହା ପାଖରେ କରିବ।
ସନ୍ତୋଷ କୁମାର ପାତ୍ର(ଫେସବୁକ୍)

ଉପଯୁକ୍ତ ତଦନ୍ତ କରି ଭିନ୍ନକ୍ଷମ ଯୁବତୀମାନଙ୍କୁ ନ୍ୟାୟ ଦିଆଯାଉ।
ବିରଞ୍ଚି ନାରାୟଣ ସାହୁ(ଫେସବୁକ୍)

ଆମର ପା ବେବିନା, ଇତିଶ୍ରୀ, କୁନ୍ଦୁଲିଠୁ ଉତ୍ସାହିତ ହୋଇ ନବୀନ ନିବାସଠୁ ଶହେ ମିଟର ଦୂରରେ ପଳାସପଲ୍ଲୀ ଠାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ସଂସ୍ଥା ମୁଖ୍ୟ, ସରକାରୀ ବାବୁ ଆଦି ଭୋଗ ଉପଭୋଗ କରୁଛନ୍ତି। ପ୍ରାୟ ଅନେକ କାଣ୍ଡ ସଂସ୍କୃତି ହୋଇଯାଇଛି।
ପ୍ରଦୀପ ପାଳ(ଫେସବୁକ୍)

ଏପରି ଅନେକ ଦୁର୍ଭାଗ୍ୟଜନକ ଘଟଣା, ଲଜ୍ଜାଜନକ ଘଟଣା, ଦୁଃଖଦ ଘଟଣା ଘଟୁଛି। କଠୋରରୁ କଠୋରତର ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଉ।
ପଣ୍ଡିତ ଟଙ୍କଧର ସାବତ(ଫେସବୁକ୍)

ସମ୍ବନ୍ଧିତ ଖବର