ସ୍ମାଇଲ୍ ୱାର୍ଲଡ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର : ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ୱାର୍ଲଡ୍‌ ପକ୍ଷରୁ ଏକ ରକ୍ତଦାନ ଶିବିର ଆମ ଓଡ଼ିଶା କାର୍ଯ୍ୟାଳୟ‌ରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ସ୍ମାଇଲ ୱାର୍ଲଡ୍‌ର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ବିଶ୍ବଜିତ ବେହେରା, ପି. ସାଇକୁମାର ରେଡ୍ଡି, ଆଲୋକ ଚନ୍ଦ୍ର ସାହୁ, ସୂର୍ଯ୍ୟପ୍ରତାପ ରଣସିଂହ, ଅଶ୍ରୁମୋଚନ ପାତ୍ର, ମୃତ୍ୟୁଞ୍ଜୟ ଥାଟୋଇ ଓ ଅଭିଳାଷ ସାହୁ ଶିବିର ପରିଚାଳନା କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ।

ଏହି ଅବସରରେ ସ୍ମାଇଲ ୱାର୍ଲଡ୍‌ର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଗୌଡ଼ଙ୍କ ଆତ୍ମଜୀବନୀ ‘ଦି ଅନଫୋଲ‌େଡଡ୍ ସିକ୍ରେଟ୍ସ୍’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ମାଇଲ ୱାର୍ଲଡ୍‌ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଗୌଡ଼, ଷ୍ଟେଟ୍ କ୍ରାଇମ ରେକର୍ଡସ୍‌ ବ୍ୟୁରୋର ଇନ୍‌ସପେକ୍ଟର ସନ୍ତୋଷ କୁମାର ଗୌଡ଼, ସ୍ମାଇଲ ୱାର୍ଲଡ୍‌ ଷ୍ଟେଟ୍ କୋର୍ଡିନେଟର୍‌ ନିର୍ମଳ ବିକାଶ ମହାପାତ୍ର, ଶିକ୍ଷକ ନଗେନ୍ଦ୍ର ବାହାଲିଆ, ଇଂ ଅମିତ ସିଂହ, ନ୍ୟୁଜ୍-୭ ବ୍ରଡ୍‌କାଷ୍ଟିଂ ଇଂଜିନିୟର ଶୁଭଙ୍କର ମହାନ୍ତି, ଦୀପେନ୍ଦ୍ର ମହାକୁଡ଼ ଓ ଅଧ୍ୟାପକ ସୀତାଂଶୁ ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର