ଝାରପଡ଼ା ଓ ଡମଣା ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଚନ୍ଦ୍ରଶେଖରପୁର: ପ୍ରତିବର୍ଷ ପରି ଏଥର ମଧ୍ୟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୁଳ ହୋଇଛି। ଝାରପଡ଼ା ଦୁର୍ଗାମଣ୍ଡପଠାରୁ ଏକ ଶୋଭାଯାତ୍ରା କୁଆଖାଇ ନଦୀ ଅଭିମୁଖେ ଯାଇଥିଲା। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ମାଟି ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମିତିର ସଭାପତି ଶିଖର ଚନ୍ଦ୍ର ଜେନା, ସମ୍ପାଦକ ଧରଣୀଧର ଜେନା, ଆବାହକ ଶ୍ରୀଧର ଜେନା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଉଗ୍ରସେନ ମଙ୍ଗରାଜ ଓ ରଞ୍ଜନ କୁମାର ରାୟ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ଡମଣା ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ଆଜି ମା’ଙ୍କ ମୂଣ୍ଣୟୀ ମୂର୍ତ୍ତୀ ନିର୍ମାଣ ଲାଗି ମାଟି ଅନୁକୂଳ ହୋଇଛି। ସକାଳ ୮ଟାରେ ପୂଜାମଣ୍ଡପ ନିକଟରୁ ଏକ ଶୋଭାଯାତ୍ରା ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ନିକଟ କୁଆଖାଇ ନଦୀକୂଳକୁ ଯାତ୍ରା କରିଥି‌ଲା। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ମାଟି ସଂଗ୍ରହ ହୋଇଥିଲା। କମିଟିର ପ୍ରତିଷ୍ଠାତା ସଭାପତି ନିଶାକର ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ। ବାଜା, ବାଣ, ରୋଷଣିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।

ସମ୍ବନ୍ଧିତ ଖବର