ସଂସ୍କୃତି ଗବେଷକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିସଭା: ସୂର୍ଯ୍ୟ ଦେଓଙ୍କୁ ସୁରେଶ ସୃଜନ ସମ୍ମାନ

ଭୁବନେଶ୍ବର : ସାହିତ୍ୟିକ, ନାଟ୍ୟକାର, ଲୋକସଂସ୍କୃତି ବିଶାରଦ, ଅନୁବାଦକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଏକ ସଭା ‘ସୁରେଶ ସମାବେଶ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ କବି ରାଜେଂଦ୍ର କିଶୋର ପଂଡା ଯୋଗଦେଇ ସୁରେଶଙ୍କୁ ଜଣେ ନିତ୍ୟସନ୍ଧିତ୍ସୁ ଭାବେ ବର୍ଣ୍ଣନା କରିଥିଲେ। ବହୁଦର୍ଶୀ ପ୍ରତିଭାବାନ୍‌ ବ୍ୟକ୍ତି ସ୍ମରଣୀୟ ପଥପ୍ରଦର୍ଶକ ହୋଇ ରୁହନ୍ତି ବୋଲି ସେ କହିଥିଲେ। ସୁରେଶ ବଳବନ୍ତରାୟ ଫାଉ‌ଣ୍ଡେସନ୍‌ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସିନେ ଗବେଷକ ସୂର୍ଯ୍ୟ ଦେଓଙ୍କୁ ସୁରେଶ ସୃଜନ ସମ୍ମାନ ପ୍ରଦାନ କରାଯାଇଥିଲା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ହରେକୃଷ୍ଣ ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଅତିଥି ପ୍ରାଧ୍ୟାପକ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ବକ୍ତା ଓ ବିଶିଷ୍ଟ ପ୍ରାବନ୍ଧିକ ଓ ଗବେଷକ ଡ. ଅଜୟ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଜୀବନଚକ୍ର ଓ ଲୋକସଂସ୍କାର’ ପ୍ରସଙ୍ଗରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଫାଉଣ୍ଡେସନ୍‌ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ସଂଗଠନର ବିବରଣୀ ପାଠ କରିଥିଲେ ଓ ଡ. ଶାଶ୍ବତୀ ଜେନା ମାନପତ୍ର ପାଠ କରିଥିଲେ। ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ପ୍ରଥମେ ସ୍ବାଗତ ଭାଷଣ ଓ ଶେଷ‌ରେ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁବୋଧ ପଟ୍ଟନାୟକ, ହରେନ୍‌ ସାହୁ, ରକ୍ଷକ ନାୟକ, ପରେଶ ପଟ୍ଟନାୟକ, ଡ. ଅଜୟ ସ୍ବାଇଁ, ଛନ୍ଦା ମିଶ୍ର, ସୂର୍ଯ୍ୟ ମିଶ୍ର, ନେତାଜୀ ଅଭିନନ୍ଦନ, ବାଦଲ ମହାନ୍ତି, କେଦାର ମିଶ୍ର, ପ୍ରଫୁଲ୍ଲ ଧୀର, ରାମହରି ଜେନା, ମଧୁମିତା ମହାନ୍ତି, ଡ. ରଜନୀ ରଂଜନ, ବନୋଜ ତ୍ରିପାଠୀ, ରୁନା ପଣ୍ଡା ଓ ସଂଜୟ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର