ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ, ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରିଛନ୍ତି ସରକାର । ଏ ନେଇ ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା । ଏହି ଚିଠିରେ ସେ ଲେଖିଛନ୍ତି, ଭୁବନେଶ୍ୱରରେ ଥିବା ସରକାରୀ ଅଫିସ ଓ ସରକାରୀ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଜୁନ ୧୦ରୁ ୨୦ ତାରି୍ଖ ମଧ୍ୟରେ କରାଯାଉଛି । ଏଥିରେ ୬ ହଜାର କର୍ମଚାରୀଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରହିଛି । ୧୭ ତାରିଖରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରରେ ଥିବା ସମସ୍ତ ଅଫିସ ଜୁଲାଇ ୧ରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଥିବାରୁ କର୍ମଚାରୀଙ୍କୁ ଦୁଇଟି ଟିକା ଦେବା ପାଇଁ ଯୋଜନା ହୋଇଛି । ଫଳରେ ଏକ ସୁରକ୍ଷିତ ବାତାବରଣ ଭିତରେ ସମସ୍ତେ କାର୍ଯ୍ୟ କରିପାରିବେ । ଯେଉଁମାନେ ଅଫିସ ଆସିବେ, ୨ ଡୋଜ୍ ଟିକା ନେଇଥିବା ଜରୁରୀ । ଯେଉଁମାନେ ଟିକା ନେଇନଥିବେ, ସେମାନଙ୍କୁ କାରଣ ଦର୍ଶାଇବାକୁ ପଡ଼ିବ । ଯଦି ଟିକା ନେଇନଥିବେ କିମ୍ବା ଟିକା ନନେବାର କାରଣ ଦେଇପାରିବେ ନାହିଁ, ସେମାନେ ଅଫିସ ଆସିପାରିବେ ନାହିଁ ।