ସଂଶୋଧିତ ଟ୍ରାଫିକ୍ ନିୟମ ଲାଗୁ ପରେ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ଆଦାୟ କରିଛି କମିସନରେଟ୍ ପୁଲିସ୍
ଭୁବନେଶ୍ୱର: ଚଳିତ ମାସ ଆରମ୍ଭରୁ ଲାଗୁ ହୋଇଛି ନୂଆ ଟ୍ରାଫିକ୍ ନିୟମ। ଏହି ନିୟମ ଲାଗୁ ହଉ ହଉ ଲୋକେ ଉଲ୍ଲଂଘନ କରିବା ଆରମ୍ଭ କରି ସାରିଲେଣି। ଗତକାଲି ଲାଗୁ ହୋଇଥିବା ଏହି ନୂଆ ନିୟମ ପରେ କଟକ-ଭୁବନେଶ୍ୱର ଟ୍ଵିନ୍ ସିଟିର କମିସନରେଟ୍ ପୁଲିସ୍ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ଜରିମାନା ସଂଗ୍ରହ କରିଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
୩୧୨ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ସମୁଦାୟ ୨ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଆସନ୍ତା କିଛି ଦିନ ମଧ୍ୟରେ ଏହି ନିୟମ ଆହୁରି କଡ଼ାକକଡ଼ି ହେବ ବୋଲି ସୂଚନା ରହିଛି।
ଉଲ୍ଳେଖଯୋଗ୍ୟ, ୨୦୧୯ ମସିହା ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଶଂସୋଧିତ ଟ୍ରାଫିକ୍ ନିୟମ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କୁ ପୂର୍ବାପେକ୍ଷା ଅଧିକ ଜରିମାନା ଦେବାକୁ ପଡ଼ିବ। ଏହି ନିୟମ ଲାଗୁ ହେବା ପରେ ଗତକାଲି ଦିଲ୍ଲୀ ପୁଲିସ୍ ୩୯୦୦ ଚାଲାଣ କାଟି ରେକର୍ଡ କରିଛି। ୩୯୦୦ ଲୋକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ସମୟରେ ଦିଲ୍ଳୀ ପୁଲିସ୍ ହାତରେ ଧରା ପଡ଼ିଛନ୍ତି।