ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ପ୍ରାଚୀ ସ୍କୁଲରେ ଲାଗିଲା ୨ଶହ ଚାରା

ବାଲିପାଟଣା: ବାଲିପାଟଣା ବ୍ଲକ୍‌ ଆମେଣାକୁଦ ପଞ୍ଚାୟତର ପ୍ରାଚୀ ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମ୍ବ, ପଣସ, ପିଜୁଳି, ବଉଳ, ଅଁଳା, ଲିମ୍ବ, ହରିଡ଼ା, ବାହାଡ଼ା, କୃଷ୍ଣଚୂଡ଼ା, ରାଧାଚୂଡ଼ା, ସୁନାରି, ଚିଲି ଚମ୍ପା, ମହେଶ୍ୱର କୁଇନ, ପେସ୍ତା, ଅର୍ଜୁନ, ମହାଲିମ୍ବ, ଝାଉଁ, ବେଲ, କାଞ୍ଚନ ଆଦି ଗଛର ୨ଶହରୁ ଊର୍ଧ୍ବ ଚାରାରୋପଣ କରାଯାଇଛି।

କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶୈଳାଧିରାଜ ତନୟା ଶତପଥୀ, ଆଇଆଇସି କୃପାସିନ୍ଧୁ ବରାଡ଼, ୨୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପବିତ୍ର ମୋହନ ପଟେଲ, ପ୍ରାଥମିକ ବିଦ୍ୟାଳୟ ସଂଘ ସଭାପତି ଆଲୋକ ରଞ୍ଜନ ସାହୁ, ସଂପାଦକ ରଶ୍ମି ରଞ୍ଜନ ପଣ୍ଡା, ପ୍ରାଚୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମ୍ବିକା ପ୍ରସାଦ ଛୋଟରାୟ, ପ୍ରାଚୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତରାୟ, ବ୍ଲକ୍‌ ବିଜେଡି ଛାତ୍ର ସଭାପତି ଜ୍ୟୋତିରଂଜନ ନାୟକ, ଶଶାଙ୍କ ଶେଖର ନାୟକ, ଶକ୍ତିଦତ୍ତ ମିଶ୍ର, ପ୍ରେମାନନ୍ଦ ମହାପାତ୍ର, ରମେଶ ଚନ୍ଦ୍ର ବିଶ୍ୱାଳ, ଅମୂଲ୍ୟ କୁମାର ନାୟକ, ଶସା ଲାଞ୍ଚନ ଆଚାର୍ଯ୍ୟ, ସଞ୍ଜୟ କୁମାର ବେହେରା, ଶଶିପ୍ରଭା ମହାପାତ୍ର, ଶିବ ପ୍ରାସାଦ ବେହେରା, ଦେବାଶିଷ ମହାନ୍ତି, ବିଶ୍ବଜିତ୍‌ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର