ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦେଲେ ଆଉ ୩ ଜଣ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଆଜି ଆଉ ୩ଜଣ ନିଜର ପ୍ଲାଜମା ପ୍ରଦାନ କରିଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ଏହି ୩ ବ୍ୟକ୍ତି ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଆସନ୍ତାକାଲି ଆଉ ଜଣେ ସୁସ୍ଥ ରୋଗୀ ପ୍ଲାଜ୍‌ମା ଦେବେ ବୋଲି ଜଣାପଡ଼ିଛି। ତେବେ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ ‌ହେବା ପରଠାରୁ ଆଜିର ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ୧୨ଜଣ କ‌ରୋନାରୁ ସୁସ୍ଥ ରୋଗୀ ପ୍ଲାଜ୍‌ମା ଦେଇସାରିଲେଣି।

ସମ୍ବନ୍ଧିତ ଖବର