ଯୁବ କଂଗ୍ରେସ ସଭାପତିଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଭୁବନେଶ୍ବର: ଆସନ୍ତା ୨୭ତାରିଖରେ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ବସିଥିଲା। ହେଲେ ସେତିକିବେଳେ କଂଗ୍ରେସ ଭବନ ବାହାରେ ଅସନ୍ତୁଷ୍ଟ ଗୋଷ୍ଠୀ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ସ୍ମୃତି ଲେଙ୍କାଙ୍କ ଇସ୍ତଫା ଦାବି କରିଥିଲେ। ତେବେ ବିକ୍ଷୋଭକାରୀମାନେ ନିଜ ପରିଚୟ ‌ଗୋପନ ରଖି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଲେଖାଥିବା ଏକ ପ୍ୟାଡ୍‌ରେ ଗଣମାଧ୍ୟମକୁ ଏ ନେଇ ପ୍ରେସ ବିବୃତି ପଠାଇଛନ୍ତି। ଏହି ପ୍ରେସ ବିବୃତି‌ରେ କୁହାଯାଇଛି ଯେ କରୋନା ସମୟରେ ଦେଶବ୍ୟାପୀ ଯୁବ କଂଗ୍ରେସ ନେତୃତ୍ବ ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ ଓଡ଼ିଶାରେ ତାହାର ବ୍ୟତିକ୍ରମ ଦେଖାଗଲା। ରାଜ୍ୟ ସରକାରଙ୍କ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଯେଉଁଭଳି ଲଢ଼େଇ ଆଶା କରାଯାଉଥିଲା ଏଥିରେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ବିଫଳ ହୋଇଛନ୍ତି। ହତାଶ ହୋଇ ପଡ଼ିଥିବା ଓଡ଼ିଶାର ଯୁବ ନେତୃତ୍ବଙ୍କ ପାଇଁ ଶ୍ରୀ ଲେଙ୍କା ଲଢ଼େଇ କରିବେ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କର ଦେଖା ଦର୍ଶନ ମିଳୁନାହିଁ। ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ।

ସମ୍ବନ୍ଧିତ ଖବର