ରମାଦେବୀ ବିଶ୍ବବିଦ୍ୟାଳୟ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ପ୍ରସଙ୍ଗ : ମୁହଁ ନ ଖୋଲିବାକୁ ଛାତ୍ରୀଙ୍କୁ ତାଗିଦ୍‌

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀନିବାସ ହ‌ଷ୍ଟେଲ ବିପଦସଙ୍କୁଳ। ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପ୍ରତି କର୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଶୌଚାଳୟ ଅବସ୍ଥା ବି ଠିକ୍‌ ନାହିଁ। ଏନେଇ ଗତ ଅଗଷ୍ଟ ୯ରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଛାତ୍ରୀଜଣକ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ରୋଷର ଶିକାର ହୋଇଛନ୍ତି। ଟୁଇଟରରୁ ପୋଷ୍ଟ ଡିଲିଟ୍‌ କରିବାକୁ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀ ଧମକାଇବାରୁ ଛାତ୍ରୀଜଣକ ପୋଷ୍ଟଗୁଡ଼ିକୁ ଡିଲିଟ୍‌ କରିଦେଇଛନ୍ତି। ନିଜ ପରିଚୟ ଗୋପନ ରଖିବାକୁ ବି କର୍ତୃପକ୍ଷ କହିଛନ୍ତି। କୌଣସି ପରିସ୍ଥିତିରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ନ ଖୋଲିବାକୁ ବି ତାଗିଦ୍‌ କରାଯାଇଛି।

ଖବର ପ୍ରକାଶ ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ହଷ୍ଟେଲ ମରାମତି କରିବା ପରିବର୍ତ୍ତେ ଛାତ୍ରୀଙ୍କୁ ନାଲିଆଖି ଦେବାଇବା କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ ଏମିତି ନ କରିବାକୁ ଅନ୍ୟ ଛାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଛି। ହଷ୍ଟେଲ ସମସ୍ୟା ବିଶ୍ବବିଦ୍ୟାଳୟ ଭିତରେ ରଖିବାକୁ ପରାମର୍ଶ ଦିଆଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ୩ ଶିକ୍ଷା‌ ଗ୍ରହଣ କରିବା ପରେ ଛାତ୍ରୀଜଣକ ଏଠାରେ ପିଜି ପାଠ୍ୟକ୍ରମରେ ଚଳିତ ବର୍ଷ ନାମ ଲେଖାଇଛନ୍ତି। ଏଥିସହ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର