ସମ୍ବାଦ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ: ଜାତୀୟ ପତାକା ଉତ୍ତୋଳନ କଲେ ସୌମ୍ୟରଂଜନ

ଭୁବନେଶ୍ୱର: ଆଜି ସାରା ଦେଶରେ ପାଳିତ ହେଉଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ସମ୍ବାଦ ଭବନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ତଥା  ‘ସମ୍ବାଦ’ ସଂପାଦକ ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମ୍ବାଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖିଛନ୍ତି।

ଏହି ଅବସରରେ ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ମାନବସମ୍ବଳ) ବୈଜୟନ୍ତୀ କର, ଆମ ଓଡ଼ିଶା ସଂପାଦକ ସ୍ବରାଜ ମିଶ୍ର ଓ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତିଙ୍କ ସମେତ ‘ସମ୍ବାଦ’ ଗ୍ରୁପର କେତେକ ପଦାଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ଏହାବ୍ୟତୀତ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆମ ଓଡ଼ିଶା କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରିଛନ୍ତି। ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ସାଧାରଣ ଲୋକଙ୍କ ହିତ ପାଇଁ “ଆମ ଓଡିଶା” ଅନୁଷ୍ଠାନ କାମ କରୁଥିବା କହିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ।ଆମ ଓଡ଼ିଶା ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଅନେକ ଅନୁଷ୍ଠାନ ଏହାକୁ ଆପଣେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର