ଅଟୋ ଚାଳକଙ୍କୁ ଲୁଟ୍‌ ମାମଲା: ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୁଲିସ, ସନ୍ଦେହରେ ସ୍ଥାନୀୟ ଦୁର୍ବୃତ୍ତ

ମେଣ୍ଢାଶାଳ: ଯାଁଳା ଫାଣ୍ଡି ମଦନପୁରଠାରେ ଗତକାଲି ଘଟିଥିବା ଅଟୋ ଚାଳକଙ୍କୁ ଲୁଟ୍‌ ମାମଲାରେ ଆଜି ଯାଁଳା ଫାଣ୍ଡି ପୁଲିସ ତଦନ୍ତ ଆରମ୍ଭ କରିଛି। ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଗୋହିରା ଛକଠାରୁ ହରପୁରର ପଥୁରିବାଙ୍କ ମଧ୍ୟରେ ଥିବା ଘରୋଇ ବିଲଡର ସଂସ୍ଥା ଓ ମଦନପୁର କଲ୍ୟାଣ ମଣ୍ଡପର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି। ଅଟୋ ଚାଳକଙ୍କୁ ହାଣିବା ସମୟରେ ଅଟୋର ଯିବା ଆସିବାର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ଅଛି ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଏଥିରେ ସ୍ଥାନୀୟ ଦୁର୍ବୃତ୍ତମାନଙ୍କ ସହଯୋଗ ଅଛି ବୋଲି ସେ କହିଛନ୍ତି। ସିସିଟିଭି ଫୁଟେଜ୍‌ରୁ ସଂଗ୍ରହ କରାଯାଇଥିବା କିଛି ଲୋକଙ୍କ ଫଟାକୁ ଲୁଟ୍‌ର ଶିକାର ହୋଇଥିବା ଅଟୋ ଚାଳକ ଜୟନ୍ତ ସାହୁଙ୍କୁ ଦେଖାଇଛନ୍ତି। ତେଣୁ ଖୁବ୍‌ ଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଛତାବର ଗ୍ରାମର ଅଟୋ ଚାଳକ ଜୟନ୍ତ କୁମାର ସାହୁ ସବୁଦିନ ଭଳି ଗତକାଲି ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯାଉଥିଲେ। ସେ ମଦନପୁରର ଆଦିବାସୀ ଫୁଟବଲ ଖେଳ ପଡ଼ିଆଠାରେ ପହଞ୍ଚିଥିବା ବେଳେ ବାଇକ୍‌ରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତା‌ଙ୍କୁ ଅଟକାଇ ଥିଲେ। ଭୁଜାଲି ଦେଖାଇ ତାଙ୍କୁ ମୁଦି ଓ ଟଙ୍କା ମାଗିଥିଲେ। ଜୟନ୍ତ ନ ଦେବାରୁ ସେମାନେ ତାଙ୍କ ଡାହାଣ ହାତ ଓ ଗୋଡ଼କୁ ହାଣି ପକାଇଥିଲେ। ପରେ ମଦନପୁର ଆଦିବାସୀ ସାହି ଦେଇ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର