ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟିନେଲେ ୨ ଲକ୍ଷ

ଭୁବନେଶ୍ବର : ଆଜି ଦିନ ଦି’ପହରେ ପୁଣି ରାଜଧାନୀ ରାଜରାସ୍ତାରେ ଲୁଟେରାମାନଙ୍କ ଆତଙ୍କ ଦେଖିବାକୁ ମିଳିଛି। ୩ଜଣ ଦୁର୍ବୃତ୍ତ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଘଟଣାଟି ଘଟିଛି ଏୟାର୍‌ପୋର୍ଟ ଥାନା କାରଗିଲ୍‌ ରୋଡ୍‌ରେ। ଏହି ଛିନ୍‌ତାଇର ଶିକାର ହୋଇଛନ୍ତି ଉଜ୍ଜୀବନ୍‌ ସ୍ମଲ୍‌ ଫାଇନାନ୍ସ ସଂସ୍ଥାର ଆସିଷ୍ଟାଣ୍ଟ ମ୍ୟାନେଜର କାର୍ତ୍ତିକ ପ୍ରସାଦ ରାଉଳ।

ତାଙ୍କ ଅଭିଯୋ ଅନୁସାରେ, ସେ ଆଜି ପୂର୍ବାହ୍ନରେ ଋଣ ଟଙ୍କା ଆଦାୟ କରିବା ଲାଗି କାର୍ଗିଲ୍‌ ବସ୍ତିକୁ ଯାଇଥିଲେ। ଟଙ୍କା ଆଦାୟ କରି ଫେରୁଥିବା ସମୟରେ ୩ଜଣ ଲୁଟେରା ଏକ ନୀଳ ରଙ୍ଗର ପଲ୍‌ସର ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଶକ୍ତ ଧକ୍କା ମାରି ତଳେ ପକାଇ ଦେଇଥିଲେ ଓ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ପଳାଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ନିକଟରେ ଥିବା ଏକ ବ୍ୟାଙ୍କ୍‌ର ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରିଛି। ସେହିଭଳି ଅଧିକ ତଥ୍ୟ ହାସଲ କରିବା ଲାଗି କାର୍ତ୍ତିକଙ୍କୁ ମଧ୍ୟ ପୁଲିସ ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର