ସିମ୍ ସକ୍ରିୟ କରାଇବେ କହି ମହିଳାଙ୍କଠାରୁ ଠକିନେଲେ ୫୦ହଜାର

ଭୁବନେଶ୍ବର : ସିମ୍‌କୁ ସକ୍ରିୟ କରିବେ କହି ସାଇବର ଠକ କଳିଙ୍ଗନଗରର ଜଣେ ମହିଳାଙ୍କ ଆକାଉଣ୍ଟରୁ ପ୍ରାୟ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ସେ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

ମହିଳାଙ୍କ କହିବାନୁଯାୟୀ, ଠକ ଜଣକ ଏକ ଅଜଣା ନମ୍ବରରୁ କଲ୍ କରି ତାଙ୍କ ବିଏସ୍‌ଏନ୍‌ଏଲ୍ ସିମ୍ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ବୋଲି କହିଥିଲା। ଏଥିପାଇଁ କଣ କରିବାକୁ ହେବ ବୋଲି ମହିଳା ପଚାରିବାରୁ ଠକ ଚତୁରତାର ସହ ତାଙ୍କ ମୋବାଇଲ୍‌କୁ ଏକ ଓଟିପି ପଠାଇଥିଲା। ଓଟିପି ଦେଲେ ତାଙ୍କ ସିମ୍ ଚଳାଇବାରେ କୌଣସି ସମସ୍ୟା ହେବନାହିଁ ବୋଲି କହିବାରୁ ସେ ଓଟିପି ଦେଇଥିଲେ। ଏହା ପରେ ହଠାତ୍ ତାଙ୍କ ଆକାଉଣ୍ଟ୍‌ରୁ ୪୯ହଜାରରୁ ଅଧିକ ଟଙ୍କା କଟିଯାଇଥିବା ସେ କହିଛନ୍ତି। ସେହିଭଳି ଆଉ ଜଣେ ଯୁବକଙ୍କ ଆର୍‌ବିଏଲ୍‌ କ୍ରେଡିଟ୍ କାର୍ଡର ଇନ୍ସୁରାନ୍ସ ରିନ୍ୟୁ କରିବାକୁ କହି ସାଇବର ଠକ ୩୧ହଜାର ଟଙ୍କା ଲୁଟିନେଇଛି। ଏନେଇ ସେ ମଧ୍ୟ ସାଇବର ସେଲ୍‌ରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର