ସବୁଜ ପତ୍ରିକା ମହିଳା ମହାସଂଘର ବିକ୍ଷୋଭ : ପୁଲିସ୍‌ ସହ ମୁହାଁମୁହିଁ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ପକ୍ଷରୁ ଆଜି ପୂର୍ବାହ୍ନରେ ଲୋୟର ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨ ହଜାରରୁ ଊର୍ଦ୍ଧ୍ୱ ମହିଳା ଶୋଭାଯାତ୍ରାରେ ଆସି ପୁଲିସ୍‌ କର୍ଡନ ଭାଙ୍ଗି ବିଧାନସଭା ଆଡେ ମାଡ଼ିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସହ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ଏକ ଘଣ୍ଟାକାଳ ସେଠାରେ ଧସ୍ତାଧସ୍ତି ହେବା ପରେ ମହିଳାମାନେ ଚେତାବନୀ ଦେଇ ଫେରିଛନ୍ତି। ସବୁଜ ପତ୍ରିକାଧାରୀଙ୍କୁ ହଜାରେ ଟଙ୍କା ଭତ୍ତା ପ୍ରଦାନ କରିବାକୁ ଏହି ମହିଳାମାନେ ଦାବି କରିଆସୁିଥିବା ବେଳେ ସରକାର କର୍ଣ୍ଣପାତ କରୁନାହାନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସରକାର ଅଡୁଆରେ ପଡ଼ିବେ ବୋଲି ମହାସଂଘର ସଭାନେତ୍ରୀ ଲକ୍ଷ୍ମୀ ଦେବୀ ସୂଚନା ଦେଇଥିଲେ। ଯେଉଁମାନେ ମାତୃତ୍ୱକୁ ବଳି ଦେଇ ଦେଶର ଅର୍ଥନୈତିକ ସମୃଦ୍ଧିରେ ଭାଗୀଦାର ହେଲେ ସେମାନଙ୍କ ଦାବି ପୂରଣ ନ ହେବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସମ୍ପାଦିକା ରଶ୍ମିତା ପ୍ରଧାନ, ବାସନ୍ତୀ ବାଠ, ପୁରୀ ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମହାପାତ୍ର, ସୋନପୁର ଜିଲ୍ଲା ସଭାନେତ୍ରୀ ନନ୍ଦିନୀ ମେହେର, ଉର୍ମିଳା ଦାଶ, ସାଧବୀ ଭୋଇ, ଶୈଳବାଳା ଦାଶ, ସୀତାରାଣୀ ଛତ୍ରିୟା, କ୍ଷୀରୋଦିନୀ କାଣ୍ଟା, ବବିତା ନାୟକ, ସ୍ୱର୍ଣ୍ଣଲତା ପ୍ରଧାନ, ସଞ୍ଜୁଲତା ସେଠୀ, ସୁଚିତ୍ରା ମହନ୍ତ, ସୌଦାମିନୀ ସ୍ୱାଇଁ ପ୍ରମୁଖ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର