ମହିଳାଙ୍କ ଆତଙ୍କରାଜ: ଘରେ ପଶି ଭଙ୍ଗାରୁଜା, ନୋଟିସ୍‌ ଦେଇ ଛାଡ଼ିଲା ପୁଲିସ

ଭୁବନେଶ୍ବର: ସହିଦନଗରରେ ପ୍ରାୟ ୨୦ରୁ ଅଧିକ ମହିଳାଙ୍କ ଆତଙ୍କରାଜ। ଜଣଙ୍କ ଘରେ ଆଜି ଅତର୍କିତ ଭାବେ ଧସେଇ ପଶି ପରିବାରଲୋକଙ୍କୁ ଆକ୍ରମଣ କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ଅଟକ ରଖିଥିଲା। ପରେ ସିଆରପିସି ଧାରା-୪୧ ଅନୁସାରେ ନୋଟିସ୍ ଦେଇ ଛାଡ଼ି ଦେଇଛି। ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ଘର ୨୦୦୮ରେ ବିକ୍ରି ହୋଇସାରିଛି। ତାଙ୍କ ବାପା ଏହି ଘରକୁ ବିକ୍ରି କରି ଦେଇଥିଲେ। କିନ୍ତୁ ସେ ସେହି ଘରେ ଜୋରଜବରଦସ୍ତି ରହିଆସୁଛନ୍ତି। ଘର କିଣିଥିବା ବ୍ୟକ୍ତି ଅନେକ ସମୟରେ ଘର ଦଖଲ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଆଜି ଏହି କାଣ୍ଡ ଘଟାଇଛନ୍ତି। ଏହି ଘଟଣାରେ ସହିଦନଗର ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର