ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲକୁ ଇମରଜିଙ୍ଗ୍‌ ସ୍କୁଲ୍‌ ଅଫ୍‌ ଦି ଇୟର୍ ସମ୍ମାନ

ଭୁବନେଶ୍ବର: ରାଜସ୍ଥାନର ଉଦୟପୁରରେ ଆୟୋଜିତ ଗ୍ଲୋବାଲ ଏଜୁକେସନ୍ ଆୱାର୍ଡସ-୨୦୧୯ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ଇମରଜିଙ୍ଗ୍ ସ୍କୁଲ ଅଫ୍‌ ଦି ଇୟର୍ ପୁରସ୍କାର ମିଳିଛି। ସ୍କୁଲର ପ୍ରତିଷ୍ଠାତା ବିଜୟ ସାହୁ ଏବଂ ଭାଇସ୍ ଚେୟାରପର୍ସନ୍ ଶିଳ୍ପୀ ସାହୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଉଦୟପୁରର ଯୁବରାଜ ଲକ୍ଷରାଜ ସିଂହ ମେୱର ଏବଂ ସେକ୍‌ମୋଲ ଓ ଏଚ୍‌ଆଇଏଲ୍‌ର ପ୍ରତିଷ୍ଠାତା ସୋନମ୍‌ ୱାଙ୍ଗଚୁକ୍ ଏହି ସମ୍ମାନ ପ୍ରଦାନ କରିଥିଲେ। ଡ. ସାହୁ ଏହି ଅବସରରେ ‘ଶ୍ରେଣୀଗୃହରେ ରଚନାତ୍ମକ ଶୈଳୀରେ ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ’ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଖ୍ୟାତିସଂପନ୍ନ ଶିକ୍ଷକ ଯୋଗଦେଇ ଶିକ୍ଷାର୍ଥୀମାନଙ୍କ ଶିକ୍ଷା ଓ ଉତ୍ତମ ଭବିଷ୍ୟତ ଉପରେ ବିଚାରବିମର୍ଶ କରିଥିଲେ।

ସମ୍ବନ୍ଧିତ ଖବର